ଟ୍ୟୁସନ ଯାଉଥିବା ସମୟରେ ନାବାଳିକାଙ୍କୁ ଭୁଜାଲିଲେ ଆକ୍ରମଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଟ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଟ୍ୟୁସନ ଯାଉଥିବା ସମୟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ କଲା ଏକ ତରଫା ପ୍ରେମିକ। ଆକ୍ରମଣରେ ନାବାଳିକା ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିଲେ ସେହି ଗ୍ରାମର ଜଣେ ଯୁବକ। କିନ୍ତୁ ଛାତ୍ରୀ ଜଣକ ପ୍ରତିବାଦ କରିଥିଲେ। ସେ ତାକୁ ପ୍ରେମ କରୁନାହାନ୍ତି ବୋଲି କହିଥିଲେ। ଏହା ପରେ ଆଜି ସକାଳେ ଛାତ୍ରୀ ଜଣକ ଟ୍ୟୁସନ ଯାଉଥିବା ବେଳେ, ଯୁବକ ଜଣକ ତାଙ୍କୁ ଭୂଜାଲିରେ ଆକ୍ରମଣ କରିଥିଲା।

ନାବାଳିକାଙ୍କ ମୁଣ୍ଡ, ବେକ ଓ ହାତରେ ଆଘାତ ଲାଗିଛି। ନାବାଳିକା ଜଣଙ୍କ ରକ୍ତାକ୍ତ ହୋଇ ପଡ଼ିଯିବା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରି ଖଇରା ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ପଠାଇ ଦିଆଯାଇଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

ବ୍ରେକିଂ