ପୋଲିସ ବିଭାଗରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପୋଲିସ ବିଭାଗରେ ଏକ ଛୋଟ ଧରଣର ବଦଳି କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଇୟୁସିଏଡବ୍ଲୁ, ଖୋର୍ଦ୍ଧା ଅତିରିକ୍ତ ଏସପି ଶ୍ରୀ ମାୟାଧର ସେଠିଙ୍କୁ ବଦଳି କରାଯାଇ ଭୁବନେଶ୍ୱର-କଟକର ଟ୍ରାଫିକ କମିଶନରେଟ ପୋଲିସ ଭାବରେ ନିଯୁକ୍ତ ହୋଇଛନ୍ତି ।

ସେହିଭଳି ଇଣ୍ଟେଲିଜେନ୍ସ ଅର୍ଗାନାଇଜେସନର ଅତିରିକ୍ତ ଏସପି ଥିବା ଶ୍ରୀ ଚିତ୍ତରଂଜନ ସାମନ୍ତଙ୍କର ବଦଳି ସ୍ପେସିଆଲ ବ୍ରାଂଚର ପୋଲିସ-୨ର ସୁପରିଟେଣ୍ଟେଣ୍ଟ ଭାବରେ ନିଯୁକ୍ତି ହୋଇଛି । ଦେଓଗଡ ଅତିରିକ୍ତ ଏସପି ରବି ନାରାୟଣ ଶିଙ୍କ ବଦଳି ହୋଇ ତାଙ୍କୁ ପୋଲିସ ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତ କରାଯାଇଛି । ଯେତେବେଳେ କି ସେ ଆସନ୍ତା ୩୦ ତାରିଖରୁ ନୂତନ କାର୍ଯ୍ୟରେ ଯୋଗେ ଦେବେ ।

ଅନ୍ୟପଟେ ଆଇୟୁସିଏଡବ୍ଲୁ, କଟକ ର ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ଜେନା ଙ୍କ ବଦଳି ଭୁବନେଶ୍ୱର-କଟକ, ପୋଲିସର ହେଟକ୍ୱାର୍ଟର କମିଶନରେଟ ଡିସିପି ଭାବରେ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ