ଘରେ ପ୍ରସ୍ତୁତ କରନ୍ତୁ ପୁଦିନା ମାଛ

ଆବଶ୍ୟକ ସାମଗ୍ରୀ 

ମାଛ, ପୁଦିନା ପେଷ୍ଟ, ସୋରିଷ ବଟା, ଅଦା-ରସୁଣ ପେଷ୍ଟ, ହଳଦୀ ପାଉଡର, ଲଙ୍କା  ପାଉଡର, କଂଚା ଲଙ୍କା , ଲୁଣ, ପିଆଜ, ଲେମ୍ବୁ ରସ, ସୋରିଷ ତେଲ ।

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ ମାଛକୁ ଧୋଇ ହଳଦୀ ଏବଂ ଲୁଣ ଗୋଳାଇ ରଖିବେ । ଏହାପରେ ସେଥିରେ ଅଦା-ରସୁଣ ପେଷ୍ଟ, ସୋରିଷ ତେଲ, ପୁଦିନା ପେଷ୍ଟ, ଲଙ୍କା ପାଉଡର, ଲେମ୍ବୁ ରସ, କଟା କଂଚା ଲଙ୍କା, କଟା ପିଆଜ, ସୋରିଷ ବଟା ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ  ଶାଳୁଆ ପତ୍ର ନେଇ ସେଥିରେ ତେଲ ଲଗାଇବେ । ଏହାପରେ ସେଥିରେ ଗୋଳାଇ ରଖିଥିବା ମାଛ ରଖି , ତା ଉପରେ ଆଉ ଏକ ପତ୍ର ରଖି ଏହାକୁ ଭଲଭାବେ ସିଲାଇବେ । ଯେପରି ଭିତର ମସଲା ବାହାରି ନଯାଏ । ତାପରେ ଗ୍ୟାସ କିମ୍ବା ଚୁଲିରେ ତାଓ୍ବା ବସେଇ ,ତା ଉପରେ ଏହାକୁ ରିଖି ମଧ୍ୟମ ଆଂଚରେ ମାଛକୁ ଭଲଭାବେ ସିଝିବାକୁ ଛାଡିବେ ।  ମାଛ ସିଝିବା ପରେ ଗ୍ୟାସ୍ ବନ୍ଦ କରି ଏହାର ପତ୍ର ଖୋଲି ,ଏକ ପାତ୍ରରେ ରଖିବେ । ପ୍ରସ୍ତୁତ ହୋଇଗଲା ପୁଦିନା ମାଛ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।

 

Leave A Reply

Your email address will not be published.

ବ୍ରେକିଂ