ଟିକ୍ରାପଡା ପିଇଓଙ୍କୁ ମାଡ ମାରି ୩ ଲକ୍ଷ ଟଙ୍କା ଲୁଟ୍

ସଇଁତଲା :  ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ପିଇଓଙ୍କୁ ମାଡ ମାରି ୩ ଲକ୍ଷ ଟଙ୍କା ଲୁଟ୍  ।  ଦେଓଗାଁ-ଫଟାମୁଣ୍ଡା ରାସ୍ତା ମନ୍ତ୍ରୀବାହାଲ ପାଖରେ କିଛି ଦୁର୍ବୁତ୍ତ ପିଇଓଙ୍କୁ ମାଡ ମାରି ଲହୁଲୁହାଣ କରିବା ସହ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ ,ଆଜି ଟିକ୍ରାପଡା ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀ ଜନାର୍ଦ୍ଦନ ଯୋଶୀ (୫୮) ବ୍ୟାଙ୍କରୁ ଭତ୍ତା ଟଙ୍କା ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କା ଉଠାଣ କରି ଟିକ୍ରାପଡା ପଞ୍ଚାୟତକୁ ଯାଇଥିଲେ ।  ପରେ ନିଜର ଅଫିସ କାମ ସାରି ଘରକୁ ଏକୁଟିଆ ଫେରୁଥିବା ବେଳେ ଏହାର ସୁଯୋଗ ନେଇ ଦେଓଗାଁ-ଫଟାମୁଣ୍ଡ ମନ୍ତ୍ରୀବାହାଲ ଠାରେ କିଛି ଦୁର୍ବୁତ୍ତ ହଠାତ ଆକ୍ରମଣ କରିବା ସହ ଟଙ୍କା ଲୁଟ କରିଥିଲେ ।

ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । କାର୍ଯ୍ୟ ନିବାହୀ ପିଇଓଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥା ଥିବା ବେଳେ ପୋଲିସ ଦୁର୍ବୁତ୍ତମାନଙ୍କର କୋଣସି ସୁରାକ ପାଇ ନ ଥିବା ଜଣାଯାଇଛି  ।

Leave A Reply

Your email address will not be published.

ବ୍ରେକିଂ