ବରଗଡ: ଆକ୍ରମଣ କରି ଲୁଟିନେଲେ ୨ଲକ୍ଷ ଟଙ୍କା

ବରଗଡ଼: ମାଡ ମାରି ଲୁଟିନେଲେ ୨ଲକ୍ଷ ଟଙ୍କା । ବରଗଡ଼ ସହର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଗୋଟିଏ ହୋଟେଲ କାଉଣ୍ଟରରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଲୁଟ୍‌ ଶିକାର ହୋଇଥିବା ବ୍ୟକ୍ତି ଜଣକ ଛତିଶଗଡ଼ ରାୟପୁରର ଆଲୋକ ଭଟ୍ଟ। ।  ସେ ରାୟପୁରରେ ପ୍ରକାଶ ମାର୍କେଟିଂ ନାମକ ଏକ ସଂସ୍ଥାରେ କାମ କରନ୍ତି।

ସୂଚନା ଅନୁଯାୟୀ, ବ୍ୟବସାୟିକ କାମ ପାଇଁ ସେ ରବିବାର ବରଗଡ଼ ଆସିଥିଲେ । ବିଭିନ୍ନ ଦୋକାନରୁ ଟଙ୍କା କଲେକ୍ସନ କରି ବିନାୟକ ହୋଟେଲ୍‌ରେ ରୁମ୍‌ ବୁକ୍‌ କରିବା ପାଇଁ ପହଞ୍ଚିଥିଲେ । କାଉଣ୍ଟରରେ ଥିବାବେଳେ ୨ ଜଣ ଅଜଣା ଯୁବକ ସେଠାକୁ ଆସିଥିଲେ । ତାଙ୍କ ପରିଚୟପତ୍ର ମାଗିଥିଲେ । ଏତିକି ବେଳେ ହଠାତ୍‌ ଜଣେ ଯୁବକ ତାଙ୍କୁ ଭୁଜାଲି ଦେଖାଇ ଧମକ ଦେଇଥିଲେ ।

ଏହାପରେ ମାଡ଼ ମାରି ଆଲୋକଙ୍କ ଠାରୁ ୨ଲକ୍ଷ ଟଙ୍କା ଲୁଟି ନେଇ ପଳାଇଥିଲେ । ହୋଟେଲ୍‌ର ସିସି କ୍ୟାମେରାରେ ଏହି ଘଟଣାବଳୀ ରେକର୍ଡ ହୋଇଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଫୁଟେଜ୍‌ ଯାଞ୍ଚ୍ କରିଛି । ଅଭିଯୁକ୍ତମାନେ ଚିହ୍ନା ମୁହଁ ବୋଲି କୁହାଯାଉଛି । ତାଙ୍କୁ ଖୁବଶୀଘ୍ର  କାବୁ କରାଯିବ ବୋଲି ପୋଲିସ୍‌ କହିଛି ।

Leave A Reply

Your email address will not be published.

ବ୍ରେକିଂ