ବରଗଡ଼ ଜିଲ୍ଲା ଭଟଲି ଥାନା ଦମ୍ବୁଖରୁ ଲକ୍ଷ୍ୟାଧିକ ଟଙ୍କାର ଗହଣା ଚୋରି  

ବରଗଡ଼: ଲକ୍ଷ୍ୟାଧିକ ଟଙ୍କାର ଗହଣା ଚୋରି ଘଟଣାରେ ୨୪ ଘଣ୍ଟା ବିତିଯାଇଥିଲେ ବି, ଏପର୍ଯ୍ୟନ୍ତ ଚୋରର ଟେର ପାଇନାହିଁ ପୋଲିସ । ବରଗଡ଼ ଜିଲ୍ଲା ଭଟଲି ଥାନା ସାମ୍ନାରେ ଥିବା ଆପର୍ଣ୍ଣା ଗହଣା ଦୋକାନର ଲକ୍ଷ୍ୟାଧିକ ଟଙ୍କାର ଗହଣା ଓ ନଗଦ ଟଙ୍କା ନେଇ ଚୋର ଚମ୍ପଟ ମାରିବା ଓ ଘଟଣାର ୨୪ ଘଣ୍ଟା ବିତିଥିଲେ ବି ପୋଲିସ ହାତ ଖାଲିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ପାଲଟିଛି ।

ସୂଚନାଯୋଗ୍ୟ, ଗତ ବୁଧବାର ଆପର୍ଣ୍ଣା ଗହଣା ଦୋକାନର ମାଲିକଙ୍କ ବାପା ଶଶୀଭୂଷଣ ସରାଫ ଦୋକାନକୁ ସ୍କୁଟିରେ ଆସି ଡିକିରୁ ଗହଣା ବ୍ୟାଗ ବାହାର କରି ଦୋକାନକୁ ଯିବା ସମୟରେ ହଠାତ ପଛପଟୁ ଅଜଣା ଲୋକଟିଏ ଦୋଡି ଆସି ବ୍ୟାଗକୁ ହାତରୁ ଛଡେଇ ନେଇ ଦୌଡ଼ି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ବାଇକରେ ବସି ଫେରାର ହୋଇଯାଇଥିଲେ ।  ଘଟଣା ସ୍ଥାନରେ ଲୋକ ଜମାହୋଇ ହୋହାଲ୍ଲା କରି ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ ବି ଚୋର ଫେରାର ହୋଇଯାଇଥିଲା ।ପୋଲିସ ମଧ୍ୟ ହୋହାଲ୍ଲା ଓ ପାଟିଶୁଣି ଚୋରକୁ ଧରିବା ପାଇଁ କିଛି ବାଟ ଗୋଡାଇଥିଲେ ମଧ୍ୟ ବିଫଳ ହୋଇଥିଲା ।

ଏହି ଘଟଣାକୁ ନେଇ ଦୋକାନ ମାଲିକଙ୍କ ବାପା ଶଶୀଭୂଷଣ ସରାଫ ଭଟଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଏକ ମାମଲା ରୁଜୁ କରି  ତଦନ୍ତ କରୁଛନ୍ତି । ଭଟଲି ଗହଣା ଚୋରି ଘଟଣା ଟି ଥାନା ସାମ୍ନା ଓ ସକାଳ ୯ ଟାରେ ଘଟିଥିବା ଓ ଲଖ୍ଯାଧିକ ଗହଣା ଓ ନଗଦ ଟଙ୍କା ଚୋରି ହୋଇଥିଲେ ବିଏହାର ୨୪ଘଣ୍ଟା ଅତିବାହିତ ହୋଇଥିଲେ ସୁଦ୍ଧା ଫୋଲିସ ହାତରେ କୌଣସି ସୁରାକ ଲାଗିପାରି ନାହିଁ । ଏଭଳି ଥାନା ସମ୍ମୁଖରେ ଚୋରି ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହେଉଥିବାରୁ ବରଗଡ଼ ଏସ୍ ପି ଏ ଘଟଣା ପ୍ରତି ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

ବ୍ରେକିଂ