ଘର କବାଟ ଭାଙ୍ଗି ଅଳଙ୍କାର ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଦିଗପହଣ୍ଡି: ଘର କବାଟ ଭାଙ୍ଗି ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ ।  ଶୁକ୍ରବାର ବିଳମ୍ବିତ ରାତିରେ ଦିଗପହଣ୍ଡି ବ୍ଳକ ପଦ୍ମନାଭ ପୁର ଗାଁର ସୁରେନ୍ଦ୍ର ରେଡ୍ଡୀଙ୍କ ବାରିପଟ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶି ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ୧୩ ଭରି ଓଜନର ସୁନା ଅଳଙ୍କାର ଏବଂ ନଗଦ ପ୍ରାୟ ସାଢେ଼ ୧୩ ହଜାର  ଟଙ୍କା ଲୁଟି କରିଛନ୍ତି ।ଖାଲି ଏତିକି ନୁହେଁ, ଅଳଙ୍କାର ଲୁଟିବା ସହ ଗଡ଼ରେଜ୍ ଆଲମିରା ଭାଙ୍ଗି ମୂଲ୍ୟବାନ ଲୁଗା ପଟା ସମେତ ବିଭିନ୍ନ ଆସବାବ ପତ୍ର ଫିଙ୍ଗା ଫୋପଡ଼ା କରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଶନିବାର ଭୋର ରେ ସୁରେନ୍ଦ୍ରଙ୍କ ସ୍ତ୍ରୀ ନିଦରୁ ଉଠି ଘର ବାରିପଟ ଝାଡୁ କରିବାକୁ ଗଲାବେଳେ କବାଟ ଭଙ୍ଗା ଯାଇଥିବା ଦେଖି ଅବାକ୍ ହୋଇଯାଇଥିଲେ।  ସେ ଦୌଡି ଯାଇ ସ୍ବାମୀଙ୍କୁ ନିଦରୁ ଉଠାଇ ସମସ୍ତ ଘଟଣା ଜଣାଇବା ପରେ ଉଭୟେ ଘରର ଅନ୍ୟ କୋଠରୀକୁ ଯାଇ ଦେଖିବା ବେଳେ ତାଙ୍କ ଗଡ଼ରେଜ୍ ଆଳମିରା ଭାଙ୍ଗିଥିବା ସହ ଲୁଗାପଟା ,ଆସବାବ ପତ୍ର ସବୁ ତଳେ ଛିଞ୍ଚାଡି ହୋଇ ପଡ଼ିଥିଲା।

ଏନେଇ ସୁରେନ୍ଦ୍ର ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇ ଆଇ ସି ବସନ୍ତ କୁମାର ସେଠୀ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ମଧ୍ୟାହ୍ନ ରେ ପୋଲିସ ସନ୍ଧାନୀ କୁକୁର ସମେତ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ