ବ୍ୟବସାୟୀଙ୍କଠୁ ୧୧ ଲକ୍ଷ ଟଙ୍କାର ସୁନା ଗହଣା ଲୁଟନେଲେ ୪ ଦୁର୍ବୃତ୍ତ

ନବରଙ୍ଗପୁର: ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଭାରସୁଣ୍ଡି ଗାଁରୁ ଲୁଟ ୪ ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଛୁରା ମାଡ କରି ୧୧ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଅନୁଯାୟୀ, ଗୁରୁବାର ରାତିରେ ରାଇଘର ଥାନା ଭାରସୁଣ୍ଡି ଗାଁରେ ଜଣେ ସୁନା ବ୍ୟବସାୟୀଙ୍କୁ ଛୁରାରେ ଆକ୍ରମଣ କରି ୧୧ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରିଥିଲେ । ବ୍ୟବସୟୀ ଜଣଙ୍କ ଗୋନା ସାପ୍ତାହିକ ହାଟରୁ ଫେରୁଥିବାବେଳେ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଅଟକାଇ ଧମକ ଚମକ ଦେବା ସହ ଛୁରାରେ ଆକ୍ରମଣ କରିଛିଲେ ।

ବ୍ୟବସାୟୀଙ୍କଠୁ ୩ ଭରି ସୁନାଗହଣା ଓ ୧୫ କେଜି ରୁପା ଗହଣା ଲୁଟି ନେଇଥିଲେ । ତେବେ, ଏନେଇ ରାଇଘର ଥାନାରେ ବ୍ୟବସାୟୀ ରାଇଘର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

ବ୍ରେକିଂ