ବାଇକ୍ ଡିକି ଭାଙ୍ଗି ୪ଲକ୍ଷ ଦୁର୍ବୃତ୍ତ ଲୁଟି ନେଲେ

କେନ୍ଦୁଝର: ବାଇକ୍ ଡିକି ଭାଙ୍ଗି ୪ଲକ୍ଷ ଲୁଟି ନେଲେ ଦୁର୍ବୁତ୍ତ । କେନ୍ଦୁଝର ଜିଲ୍ଲା ପାଟଣା ତ‌ହସିଲ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇଥିବା ଏକ ବାଇକରୁ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ । ଏନେଇ ବ୍ୟକ୍ତି ଜଣକ ପାଟଣା ଥାନାରେ ଅଭିଯୋଗ କରିବାରେ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ପୁଟୁଳିଆ ଗ୍ରାମର ଭକ୍ତ ବନ୍ଧୁ ମହାନ୍ତ ପାଟଣା ବ୍ୟାଙ୍କ ଅଫ ଇଣ୍ଡିଆରୁ ୪ ଲକ୍ଷ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ । ତେବେ ପାଟଣା ତହସିଲ କାର୍ଯ୍ୟାଳୟ ଆଗରେ ଗାଡି ରଖି ଜଣେ ମହିଳା ଓକିଲଙ୍କ ପାଖରେ ଠିଆ ହୋଇଥିବା ବେଳେ ଏକ ବାଇକରେ ୨ ଜଣ ଦୁର୍ବୁତ୍ତ ଆସି ବାଇକ୍ ଡିକି ଭାଙ୍ଗି ୪ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ । ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଂଚି ଚାରିଆଡ଼େ ଖାନତଲାସ ଜାରି ରଖିଛନ୍ତି।

Leave A Reply

Your email address will not be published.

ବ୍ରେକିଂ