ଦିନ ଦ୍ୱିପହରେ ଲୁଟ, ଗାଡ଼ି ଡ଼ିକିରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ନୂଆପଡା : ବଢୁଛି ଲୁଟେରାଙ୍କ ଉତ୍ପାତ । ଦିନ ଦ୍ୱିପହରେ କରୁଛନ୍ତି ଲୁଟ । ନୂଆପଡା ଜିଲ୍ଲା ସିନାପାଲି ସହରରେ ଗାଡ଼ି ଡ଼ିକିରୁ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଲୁଟ ପରେ ଏକ କଳା ରଙ୍ଗର ପଲସରରେ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ତେବେ ଲୁଟର ଲାଇଭ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ସୂଚନା ମୁତାବକ, ସିନାପାଲି ଥାନା ସାଗୁନଭାଡି ଗାଁର ବଂଶିଧର ମସରା ଗତକାଲି ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ଗାଡି ଡିକିରେ ରଖିଥିଲେ । ଜଣଙ୍କୁ ଟଙ୍କା ଦେବା ପାଇଁ ୫୦ ହଜାର ଟଙ୍କା ନେଇ ବଳକା ଟଙ୍କା ଗାଡି ଡିକିରେ ହିଁ ରଖିଥିଲେ ବଂଶିଧର । ତେବେ ଏହାର ଫାଇଦା ଉଠାଇ ଜଣେ ବ୍ୟକ୍ତି ଗାଡ଼ିରୁ ୧୦ ହଜାର ଟଙ୍କା ଲୁଟ କରି ନେଇଥିଲା । ଏହା ପରେ ଏକ କଳା ରଙ୍ଗର ପଲସର ଗାଡ଼ିରେ ବସି ଫେରାର ହୋଇଯାଇଥିଲା ।

ସେପଟେ ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।

 

Leave A Reply

Your email address will not be published.

ବ୍ରେକିଂ