କଟକରେ ଛାତ୍ରୀଙ୍କୁ ଘରେ ପୁରାଇ ଜାଲିଦେଲେ

କଟକ: କଟକରେ ସୀମା ଲଙ୍ଘିଲେ ଦୁର୍ବୁତ୍ତ । ଜଣେ ଛାତ୍ରୀଙ୍କୁ ଘରେ ପୁରାଇ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ।  ଗୁରୁବାର କଟକ ମାନସିଂହ ପାଟଣାରେ ଜଣେ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରାଯାଇଛି । ଏପରିକି ଛାତ୍ରୀଙ୍କୁ ଘରେ ଭିତରେ ପୁରାଇ ବାହାର ପଟୁ ନିଆଁ ଲଗାଇ ଦିଆଯାଇଛି ।

ଯାହାଫଳରେ ଛାତ୍ରୀ ଜଣଙ୍କ ଗୁରୁତର ହୋଇଛନ୍ତି । ତେବେ ଗୁରୁତର ଛାତ୍ରୀଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗୁରୁତର ଯୁବତୀଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି ।

ମିଳିଥିବା ସୂଚନାନୁସାରେ , ଯୁବତୀ ଜଣଙ୍କ କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ-୨ରେ ପାଠ ପଢନ୍ତି । ସେ ଏକ ଭଡା ରହୁଥିଲେ । ତେବେ କେଉଁ କାରଣରୁ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଘଟଣାରେ ପୋଲିସ ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ସେପଟେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ