ଯୁବତୀଙ୍କ ହାତବନ୍ଧା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ତାପଡ଼ା ଥାନା ବସନ୍ତପୁର ଅଞ୍ଚଳର ଏକ ପରିତ୍ୟକ୍ତ ସ୍ଥାନରୁ ହାତବନ୍ଧା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ ହେଲେ ସେହି ସାହିର ଧୀର ଦଣ୍ତପାଟଙ୍କ ଝିଅ ରିନା ଦଣ୍ତପାଟ (୨୦)। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଗାଡ଼ିଆରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ପଣ୍ଡାପଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀଙ୍କ କହିବା ମୁତାବକ ବସନ୍ତପୁର ଗ୍ରାମର ବୁଢଖମନ ସାହିର ବୀର ଦଣ୍ଡପାଟ ଓ ଶାନ୍ତିଲତାଙ୍କ ଝିଅ ରୀନା ଗତକାଲି ରାତିରୁ ଘରୁ କୁଆଡୁ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ମା ଶାନ୍ତିଲତା ଝିଅକୁ ନ ପାଇ ଘର ଲୋକ ମାନଙ୍କୁ କହିବା ପରେ ଖୋଜା ଖୋଜି କରିଥିଲେ । ହେଲେ ରବିବାର ଅପରାହ୍ନରେ ଏକ ପାଣି ଓ ଅମରି ବୁଦା ଥିବା ସ୍ଥାନରେ ହାତ ବନ୍ଧା ଅବସ୍ଥାରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରେମ ଜନିତ କାଣ୍ଡକୁ ନେଇ ହତ୍ୟା ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

ବ୍ରେକିଂ