କରୋନାରେ ଆକ୍ରାନ୍ତ ହୋଇ ବିଧାୟକ ବିଷ୍ଣୁ ସେଠୀ ଡାକ୍ତରଖାନାରେ ଭର୍ତ୍ତି ହେଲେ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଭୁବନେଶ୍ୱର ସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି।

ଏମ୍‌ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ ତାଙ୍କୁ ଏକ ପ୍ରାଇଭେଟ୍ କ୍ୟାବିନ୍‌ରେ ରଖାଯାଇଛି। ତାଙ୍କର ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରାଯିବ। ସ୍ୱତନ୍ତ୍ର କମିଟି ଗଠନ କରି ତାଙ୍କ ଚିକିତ୍ସା କରାଯିବ ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ଅବସ୍ଥା ଭଲ ଅଛି। ସମ୍ପୂର୍ଣ୍ଣ ସୁସ୍ଥ ହେଲେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଭୁବନେଶ୍ୱର ଏମ୍ସ ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ।

ସୂଚନାଯୋଗ୍ୟ, ବିଷ୍ଣୁ ଚରଣ ସେଠୀ ୨୦୧୯ରେ ବିଜେପି ଟିକେଟ୍‌ରେ ଭଦ୍ରକ ଜିଲ୍ଲାର ଧାମନଗର ଆସନରୁ ବିଜୟୀ ହୋଇ ବିଧାନସଭାକୁ ଆସିଛନ୍ତି। ୨୦୦୯ ଓ ୨୦୧୪ରେ ମଧ୍ୟ ସେ ଏହି ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିଲେ। ତେବେ ହାରିଯାଇଥିଲେ। ୨୦୦୦ ମସିହାରେ ସେ ବିଜେପି ଟିକେଟ୍‌ରେ ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ