ଆସନ୍ତାକାଲି ୨ଟା ଯାଏଁ ଗଡିବନି ‘ମୋ ବସ୍’
ଭୁବନେଶ୍ୱର: ଆସନ୍ତାକାଲି ବନ୍ଦ ରହିବ ‘ମୋ ବସ୍’ ସେବା । କାଲି କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କ୍ରୁଟ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦିନ ୨ଟା ପରଠାରୁ ସ୍ୱାଭାବିକ ଭାବେ ମୋ ବସ୍ ଚଳାଚଳ କରିବ ।
📢 NOTICE-
In view of 7 hrs #OdishaBandh on 15.02.21 #MoBus🚌 service will remain suspended in the first half of the day.
Operation will resume 2 PM onwards with thin frequency.@MOBBY_MoBus
— Capital Region Urban Transport (@CRUT_BBSR) February 14, 2021
ସେହିପରି ବନ୍ଦ ପାଳନ ଯୋଗୁଁ ଘରୋଇ ବସ ସେବା ମଧ୍ୟ ବନ୍ଦ ରହିବ । ଆସନ୍ତାକାଲି ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ କରିବ ନାହିଁ । ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ୭ ଘଣ୍ଟା ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି । ଏହାସହ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ରଖିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଥଛନ୍ତି ।
ସୂଚନାଯୋଗ୍ୟ, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି । କାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ । ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି ।