ଆସନ୍ତା ୧୯ ରୁ ଟ୍ୱିନ ସିଟିରେ ମୋ ବସ ସେବା ଆରମ୍ଭ

 ଭୁବନେଶ୍ୱର: ଆସନ୍ତା ୧୯ ରୁ ଆରମ୍ଭ ହେବ ମୋ ବସ ସେବା । ୧୬ ଟି ମାର୍ଗ (ରୁଟ)ରେ ସକାଳ ୭ରୁ ସନ୍ଧ୍ୟା ୬ ଟା ଯାଏଁ ମୋ ବସ ଚଳାଚଳ କରିବ । ପରିସ୍ଥିତିକୁ ଦେଖି ଆଗାମୀ ଦିନରେ ଅଧିକ ମାର୍ଗରେ ବସ ଚଳାଚଳ କରାଯିବ ବୋଲି କ୍ରୁଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି । ବସ ସେବା ସୋମବାରରୁ ଶୁକ୍ରବାର ଯାଏଁ ଚାଲିବ । ଶନିବାର, ରବିବାରରେ ବସ ସେବା ବନ୍ଦ ରହିବ । ତେବେ ଓଡ଼ିଶା ବାହାରୁ ଆସୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ବସ ସେବା ପୂର୍ବପରି ଜାରି ରହିବ ।

ଆନ୍ତର୍ଜାତିକ ବିମାନ ବନ୍ଦର ଓ ମାଷ୍ଟରକ୍ୟାଣ୍ଟିନ ରେଳ ରହଣିସ୍ଥଳଠାରୁ ଏହି ସ୍ୱତନ୍ତ୍ର ବସ ସେବା ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ବସ ସେବା ଉପଲବ୍ଧ ହେବ । ଏହି ସ୍ୱତନ୍ତ୍ର ବସ ସେବା ଦ୍ୱାରା ଭୁବନେଶ୍ୱରରୁ କଟକ ଓ ଖୋର୍ଦ୍ଧାକୁ ଯାତ୍ରୀ ଯାଇପାରିବେ । ବସରେ ଯାତ୍ରୀ ଠିଆ ହୋଇ ଯାଇପାରିବେନି । ସମସ୍ତ ସ୍ଥାନ ପୂର୍ଣ୍ଣ ଥିଲେ ଯାତ୍ରୀଙ୍କୁ ଉଠାଯିବ ନାହିଁ । ବିନା ତୁଣ୍ଡିରେ କୌଣସି ଯାତ୍ରୀଙ୍କୁ ବସରେ ଉଠିବାକୁ ଅନୁମତି ଦିଆଯିବ ନାହିଁ ।

Leave A Reply

Your email address will not be published.

ବ୍ରେକିଂ