ସୋମବାରରୁ ୧୬ଟି ରୁଟରେ ‘ମୋ ବସ’ ଚାଲିବ

ଭୁବନେଶ୍ୱର: ସୋମବାରଠାରୁ ଗଡିବ ମୋ ବସ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋ ବସ ସେବା ଜୁଲାଇ ୧୯ ସୋମବାର ଠାରୁ ଆରମ୍ଭ ହେବ । “ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ୧୬ଟି ରୁଟ୍‌ରେ ଚାଲିବ ମୋ ବସ । ଆଗାମୀ ଦିନରେ ଆହୁରି ଅଧିକା ରୁଟ୍‌ରେ ବସ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ନିୟମିତ ବସ୍‌ସେବା କେବଳ ସୋମବାରରୁ ଶୁକ୍ରବାର ଯାଏଁ ଉପଲବ୍ଧ ହେବ । ସେହିପରି ଓଡ଼ିଶା ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ ମୋ ବସ ତରଫରୁ ସ୍ୱତନ୍ତ୍ର ସଟଲ ବସ ସେବା ସପ୍ତାହନ୍ତରେ ଚାଲୁରହିବ ସହ ଆର୍ନ୍ତଜାତିକ ବିମାନ ବନ୍ଦର ଏବଂ ଭୁବନେଶ୍ୱର ରେଲୱେ ଷ୍ଟେସନ ଠାରୁ ଏହି ସ୍ୱତନ୍ତ୍ର ବସ ଉପଲବ୍ଧ ହେବ । ଏହି ବସ ସେବା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସହିତ ଯାତ୍ରୀମାନଙ୍କୁ ଯୋଡିବ । ଏନେଇ କ୍ରୁଟ୍‌ର ପ୍ରବନ୍ଧକ ଦୀପ୍ତି ମହାପାତ୍ର ସୂଚନା ଦେଇଛନ୍ତି ।

ସେହିପରି ବସରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ଶ୍ରୀମତି ମହାପାତ୍ର କହିଛନ୍ତି । ଏଥିପାଇଁ ସମସ୍ତ ଗାଇଡ ଓ କ୍ୟାପଟେନ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବିନା ମାସ୍କରେ ଯାତ୍ରୀମାନଙ୍କୁ ଯାତ୍ରା କରିବା ପାଇଁ ଅନୁମତି ଦିଆଯିବ ନାହିଁ । ଯାତ୍ରୀମାନେ ନିଜର ଯତ୍ନ ନିଅନ୍ତୁ ଏବଂ ଯାତ୍ରା ସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖନ୍ତୁ ବୋଲି କହିଛନ୍ତି  ।

Leave A Reply

Your email address will not be published.

ବ୍ରେକିଂ