ଭାବବିହ୍ୱଳ ହୋଇ ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମହମ୍ମଦ ସିରାଜ

ହାଇଦ୍ରାବାଦ: ମହମ୍ମଦ ସିରାଜ । ଖୁବ କମ ସମୟ ମଧ୍ୟରେ ଭାରତୀୟ ଦଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଯୁବ ବୋଲର । ଯେତେବେଳେ ଭାରତୀୟ ଦଳ ଶକ୍ତିଶାଳୀ କଙ୍ଗାରୁ ଟିମ ଆଗରେ ବର୍ଡର ଗାଭାସ୍କର ଟ୍ରଫି ଜିତିବାକୁ ସଂଘର୍ଷ କରୁଥିଲା ସେତିକିବେଳେ ଦଳ ପକ୍ଷରୁ ହିରୋ ସାଜି ମହମ୍ମଦ ସିରାଜ ଚମତ୍କାର ପ୍ରଦର୍ଶନ କରି ଦଳକୁ ଚାମ୍ପିଅନ କରିଛନ୍ତି ।

ବାପାଙ୍କ ଦେହାନ୍ତ ହେବା ପରେ ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ  ଆସିପାରି ନଥିବା  ସିରାଜ ଆଜି ହାଇଦ୍ରାବାଦରେ ପହଞ୍ଚି ବାପାଙ୍କ ସମାଧି ସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସମାଧି ଆଗରେ ଭାବବିହ୍ୱଳ ହୋଇ କୋରାନ ପଢିଛନ୍ତି ।

ତେବେ,ସିରାଜ ଭାରତୀୟ ଦଳରେ ସୁଯୋଗ ପାଇ ଖୁସି ହେବା ଭିତରେ ବାପାଙ୍କ ମୃତ୍ୟୁ ଖବର ତାଙ୍କୁ ଦୋହଲେଇ ଦେଇଥିଲା । ସଂଘର୍ଷମୟ କ୍ରିକେଟ କ୍ୟାରିଅରରେ ସାରଥି ସାଜି ପ୍ରତି ମୁହୂର୍ତ୍ତରେ ସାଥ ଦେଉଥିବା ବାପା ଆରପାରିକୁ ଚାଲିଯିବା ପରେ ସିରାଜ ଦୁଃଖରେ ଭାଙ୍ଗି ପଡିଥିଲେ । କରୋନା କଟକଣା ପାଇଁ ବାପାଙ୍କୁ ଶେଷ ଥର ପାଇଁ ବି ଦେଖିବାକୁ ସୁଯୋଗ ପାଇ ନଥିଲେ ।

ସୁଦୁର ଅଷ୍ଟ୍ରେଲିଆରେ ରହି ବାପାଙ୍କ ସୃତିକୁ ମନେ ପକାଇ ସିରାଜ ଭାବ ବିହ୍ୱଳ ହୋଇଯାଇଥିଲେ । କାହିଁକି ନାଁ ବାପା ଚାହିଁଥିଲେ ପୁଅ ତାଙ୍କର ଭାରତୀୟ ଦଳରେ ସୁଯୋଗ ପାଇ ଧଳା ରଙ୍ଗର ଜର୍ସି ପିନ୍ଧି ଦେଶ ପାଇଁ କ୍ରିକେଟ ଖେଳୁ, ହେଲେ ଏହା ଦେଖିବା ପାଇଁ ବାପା ଆଉ ନଥିଲେ । ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିଲେ ।

Leave A Reply

Your email address will not be published.

ବ୍ରେକିଂ