ସୋମବାର ରାଶିଫଳ

ମେଷ: କର୍ମ କ୍ଷେତ୍ରରେ ଅସନ୍ତୋଷ ଆସିବ । ପୁରାତନ ରୋଗ ପୀଡା ଭୋଗ ହେବାର ଆଶଂକା ଅଛି । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ । ପ୍ରତ୍ୟେକ ପରିସ୍ଥିତିକୁ ଅନୁମାନ ଉପରେ ଛାଡିଦେବା ଠିକ ହେବ ନାହିଁ । ଗୁରୁ ଦେବତା ଭକ୍ତି ରହିବ ।

ବୃଷ: ମନୋବଳକୁ ଆଧାର କରି ଅଗ୍ରଗତି ଅବ୍ୟାହତ ରଖିବେ । ପ୍ରିୟଜନଙ୍କ ସହିତ ସୁ ସଂପର୍କ ରହିବ । ଗୁରୁ ବ୍ରାହ୍ମଣ ଭକ୍ତି, କର୍ମ କ୍ଷେତ୍ରରେ ନିଷ୍ଠା, ଅର୍ଥାଗମ, ଭୂମି ବିବାଦ ସମାଧାନ । ବାୟୁ ବୃଦ୍ଧି ହେତୁ ସ୍ୱାସ୍ଥ୍ୟ ସମସ୍ୟା ଭୋଗ ହେବ ।

ମିଥୁନ: ଉଦ୍ଦେଶ୍ୟ ପୂରଣ ପାଇଁ ଅଧିକ ପରିଶ୍ରମ ଓ ନିଷ୍ଠା ଦରକାର ହେବ । ଚକ୍ଷୁ କିମ୍ବା ମୁଖ ମଣ୍ଡଳରେ ଅସୁସ୍ଥତା, ବୃଥାରେ ବ୍ୟୟ, ପାରିବାରିକ ସନ୍ତୋଷ, ଦେୟ ପରିଶୋଧରେ ଆତ୍ମ ସନ୍ତୋଷ ଓ ବୈଷୟିକ କ୍ଷେତ୍ରରେ ବୃଦ୍ଧି ଘଟିବ ।

କର୍କଟ: ଅଦରକାରୀ କଥାରେ ମୁଣ୍ଡର ଓଜନ ବଢାଇବେ । ଭୋଗ ବିଳାସ ଦ୍ରବ୍ୟ କ୍ରୟ, ବ୍ରତ ଉପବାସରେ ଆଗ୍ରହ, କୁଟୁମ୍ବ ସୁଖ, ବୌଦ୍ଧିକ କାର୍ଯ୍ୟରେ ସଫଳତା, ହଜମ କ୍ରିୟାରେ ବାଧା ଜନିତ ଅସୁସ୍ଥତା ଓ ରାଜନୀତିରେ ସମସ୍ୟା ମୁକ୍ତ ରହିବେ ।

ସିଂହ: ପ୍ରିୟ ପରିଜନଙ୍କ ପାଇଁ ବ୍ୟସ୍ତ ବିବ୍ରତ ରହିବେ । ଦୈନନ୍ଦିନ କାର୍ଯ୍ୟରେ ପ୍ରତିବନ୍ଧକ ଆସିପାରେ । ସ୍ନାୟୁ ସମ୍ବନ୍ଧୀୟ ପୀଡା ଭୋଗ ହେବ । ଗୁରୁଦେବତା ଭକ୍ତି, ଶତ୍ରୁ ବିଜୟ, ପାରିବାରିକ ସନ୍ତୋଷ ଓ ଦୂର ଯାତ୍ରା ସଫଳ ହେବ ।

କନ୍ୟା: ଆୟଠାରୁ ବ୍ୟୟ ଅଧିକ ହୋଇପାରେ । ଆତ୍ମୀୟ ସ୍ବଜନ ପୀଡା, କର୍ମ କ୍ଷେତ୍ରରେ ଅସନ୍ତୋଷ, ସଂପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧ ଓ କାର୍ଯ୍ୟମାନ ବିଶୃଙ୍ଖଳିତ ରହିବ । ସନ୍ତାନ ସୁଖ, ବ୍ୟବସାୟରେ ଉନ୍ନତି, ରାଜନୀତିରେ ଉଚ୍ଚ ସମ୍ମାନ ମିଳିବ ।

ତୁଳା: ଦିବା ୧ ଘ ୪୮ମି ଠାରୁ ଘାତଚନ୍ଦ୍ର ଭୋଗାରମ୍ଭ ହେବ । ପରିବାରରେ ଅଶାନ୍ତି ଅସନ୍ତୋଷ ଆସିବ । ଦୈହିକ ସ୍ବାସ୍ଥ୍ୟରେ ଅବନତି, କାର୍ଯ୍ୟ ବିଳମ୍ବ, ଯାତ୍ରା ଅଶୁଭ । ବନ୍ଧୁ ହିତୈଷୀମାନଙ୍କ ଠାରୁ ସତ ପରାମର୍ଶ ପାଇବେ । ଧର୍ମ ନିଷ୍ଠା ବଢିବ ।

ବିଛା: ଅର୍ଥ ଦ୍ରବ୍ୟର ଆବଶ୍ୟକତା ପୂରଣ କରି ପାରିବେ । ମାନସିକ ସନ୍ତୋଷ ଅବ୍ୟାହତ ରହିବ । ସନ୍ତାନ ସନ୍ତତିଙ୍କ ପାଇଁ ଆଶ୍ବସ୍ତି ମିଳିବ । ସୌଖୀନ ଦ୍ରବ୍ୟ କ୍ରୟ, ବ୍ୟବସାୟରେ ସ୍ଥିତାବସ୍ଥାର ପରିବର୍ତ୍ତନ ଓ ଯାତ୍ରାରେ ସଫଳ ହେବେ ।

ଧନୁ: ଇଛା ଶକ୍ତି ଓ କର୍ମ ଦକ୍ଷତାର ସଫଳ ପ୍ରୟୋଗ କରିପାରିବେ । ଦ୍ରବ୍ୟ କ୍ରୟରେ ବ୍ୟୟ ବରାଦ ଆସିବ । ଥଣ୍ଡା ସର୍ଦ୍ଦି ଜନିତ ସ୍ବାସ୍ଥ୍ୟ ସମସ୍ୟା, ପରିଜନଙ୍କ ଆତ୍ମୀୟତା, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ସଂପର୍କ ଓ ରାଜନୀତିରେ କ୍ଷତିଯୋଗ ।

ମକର: ବ୍ୟବସାୟିକ କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତିର ସାମ୍ନା କରିବେ । ଆହାର ବିଶ୍ରାମ ଅନିୟମିତ ହେବ । ପୂଜା ପାର୍ବଣରେ ଆଗ୍ରହ, ନିର୍ମାଣ ମୂଳକ କାମରେ ଅଗ୍ରଗତି ଓ ଜମିଜମା କ୍ରୟ ବିକ୍ରୟରେ ଲାଭ ପ୍ରାପ୍ତର ସୂଚନା ।

କୁମ୍ଭ: ଘାତଚନ୍ଦ୍ର ଭୋଗ ଆରମ୍ଭ ଦିବା ୧ ଘ ୪୮ମି. ଠାରୁ ହେବ । ଅଭାବ ଅନାଟନ, ପାରିବାରିକ ସମସ୍ୟା, ଜମି ଜମାରେ କ୍ଷତି, ଅଶାନ୍ତି ଅସନ୍ତୋଷ, ଦ୍ରବ୍ୟ ନଷ୍ଟ, ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ଓ ଧର୍ମାନୁଷ୍ଠାନ ସହ ସଂପୃକ୍ତି ବଢିବ ।

ମୀନ: ଉଚ୍ଚ ଅଭିଳାଷ ପୂରଣ କରିବାରେ ସକ୍ଷମ ହେବେ । ଅଣ୍ଟା ନିତମ୍ବ ପୀଡା, ଗୃହରେ ଅତିଥି ଚର୍ଚ୍ଚା, ପିଲାମାନଙ୍କର ସ୍ବାସ୍ଥ୍ୟ ସମସ୍ୟା, ଦୂର ସଂପର୍କରୁ ଲାଭ, ରାଜନୀତିରେ ସମ୍ମାନ ଜନକ ସ୍ଥିତି ଓ ବାଣିଜ୍ୟକୁ ଲାଭବାନ ହେବେ ।

Leave A Reply

Your email address will not be published.

ବ୍ରେକିଂ