ସୋମବାର ରାଶିଫଳ

ମେଷ : କେତେକ ବିଶେଷ କାମ ପାଇଁ ଦିନଟି ଶୁଭ ନୁହେଁ। ଦୂର ଯାତ୍ରା ଯଥା ସମ୍ଭବ ସ୍ଥଗିତ ରଖିବା ହିତକର। କର୍ମକ୍ଷେତ୍ରରେ ବିରୋଧ, ମାନ ମନାନ୍ତର, ଦ୍ରବ୍ୟ ଲାଭ, ସନ୍ତାନସନ୍ତତି ସୁଖ ସନ୍ତୋଷ ଓ ଉଦ୍ୟମ ସଫଳରେ ବିଳମ୍ବ ଘଟିବ।

ବୃଷ : ଦେବ ଦ୍ବିଜ ଗୁରୁଭକ୍ତି ରହିବ। କର୍ମକ୍ଷେତ୍ର ଶୃଙ୍ଖଳିତ ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ସନ୍ତୋଷ ପାଇବେ। ତୀର୍ଥ ଦର୍ଶନ, ରାଜନୀତିରେ କ୍ଷମତା ବୃଦ୍ଧି ବନ୍ଧୁ ସହଯୋଗ, ଗୃହ ଭୂମି ସମସ୍ୟାର ଅସ୍ଥାୟୀ ସମାଧାନ ସମ୍ଭବ ହେବ।

ମିଥୁନ : ବଚନ କୁଶଳତା ପ୍ରଦର୍ଶନରେ କାର୍ଯ୍ୟ ସାଧନ କରିବେ। ସାମାଜିକ ସମ୍ମାନ, ରାଜନୀତିରେ ସାଂଗଠନିକ ଦକ୍ଷତା ବୃଦ୍ଧି, ବାଣିଜ୍ୟ ବ୍ୟବସାୟରେ ଉନ୍ନତି, କର୍ମକ୍ଷେତ୍ରରେ ନିଜସ୍ବ ରୀତିରେ ସଂସ୍କାର ମୂଳକ ପରିବର୍ତ୍ତନ କରିପାରିବେ।

କର୍କଟ : କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ବହୁ ମୂଲ୍ୟବାନ ମନେ ହେବ। କଥା ଓ କାର୍ଯ୍ୟରେ ଯଥାର୍ଥ ସମନ୍ବୟ ରଖିବା ଉଚିତ। ବିବାଦୀୟ କ୍ଷେତ୍ରରେ ପ୍ରଶଂସା ପାଇବେ। ପିତା ମାତା ଗୁରୁଙ୍କର ଆଶୀର୍ବାଦ ଲାଭ କରିବେ।

ସିଂହ : ବିନା କାରଣରେ ମନ ଭାରାକ୍ରାନ୍ତ ରହିବ। ବିଳାସ ଦ୍ରବ୍ୟ ପ୍ରାପ୍ତି , ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି, ନିମ୍ନ ଅଙ୍ଗରେ ବ୍ୟଥା, ସାମାଜିକ ଆଦୃତି ଓ ପାରିବାରିକ ସ୍ନେହ ସଦ୍ଦିଚ୍ଛା ମିଳିବ। କର୍ମକ୍ଷେତ୍ରରେ ମାନ ମନାନ୍ତର ଆସିବ, ଯାତ୍ରାରେ ଶୁଭ।

କନ୍ୟା : ଅପ୍ରତ୍ୟାଶିତ ଭାବରେ କୌଣସି ସମସ୍ୟା ଦ୍ବନ୍ଦ୍ବ ତଥା ସନ୍ଦେହ କର୍ମକ୍ଷେତ୍ରରେ ଆସିବାର ଆଶଙ୍କା ଅଛି। ପରିବାରରେ ସହଯୋଗ, ଆଧ୍ୟାତ୍ମିକ କାର୍ଯ୍ୟରେ ଏକାଗ୍ରତା, ଦୈହିକ ସ୍ବାସ୍ଥ୍ୟରେ ଅବନତି ଆସିପାରେ। ଦୂର ଯାତ୍ରାରେ ସଫଳ ହେବେ।

ତୁଳା : ପାରିବାରିକ କ୍ଷେତ୍ରରେ ବୁଝାମଣାର ଅଭାବ ରହିବ। ବିଶେଷତଃ ପିଲାମାନଙ୍କ ପାଇଁ ଦୁଃଶ୍ଚିନ୍ତା ବଢିବ। ସୁଖ ଭ୍ରମଣର ସୁଯୋଗ ପାଇବେ୤ ଗୃହ ନିର୍ମାଣାଦି କର୍ମରେ ଅଧିକ ବ୍ୟୟ ଘଟିବ, ଦେବାଦେବୀ କାର୍ଯ୍ୟରେ ନିଷ୍ଠା।

ବିଛା : କଲ୍ୟାଣଚନ୍ଦ୍ର ଭୋଗ ପାଇଁ ଦିନଟି ଶୁଭ ପ୍ରଦାୟକ ହେବ। ଆନୁଷ୍ଠାନିକ ଯଶ ସମ୍ମାନ ପାଇବେ। ଗଠନ ମୂଳକ ପଦକ୍ଷେପ ଗ୍ରହଣ, ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି, ଗୃହରେ ମଙ୍ଗଳୋତ୍ସବ। ଉତ୍ସାହ, ସ୍ବାଧୀନତା ଓ ପରୋପକାର କରିବେ।

ଧନୁ : ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦାୟକ ହେବ। ବନ୍ଧୁ ମହଲରେ ଆଦୃତି ବଢିବ। କେତେକ ବିଶେଷ କାର୍ଯ୍ୟ ପାଇଁ ଅଧିକ ବ୍ୟୟର ଆବଶ୍ୟକତା ଆସିପାରେ। ବ୍ୟକ୍ତିତ୍ଵ ବିକାଶ, ଧର୍ମନିଷ୍ଠା, ଯାତ୍ରାରେ ଅସଫଳ ହେବେ।

ମକର : ସବୁ ଦିଗରୁ ଦିନଟି ଶୁଭଫଳ ପ୍ରଦାୟକ ହେବ। ଦାନ ଧର୍ମ ଆଦି ପୁଣ୍ୟ କର୍ମ ସଂପାଦନ କରିବେ। କଳା ସଂଗୀତରେ ଋଚି, ଆଧ୍ୟାତ୍ମିକ ଭାବଧାରାର ବିକାଶ, ଯାନ ବାହାନ ସୁଖ ପ୍ରାପ୍ତି, ସୌଖୀନ ଦ୍ରବ୍ୟ କ୍ରୟ ଓ ବନ୍ଧୁ ସହଯୋଗ ଲାଭ।

କୁମ୍ଭ : ପାରିବାରିକ ସସ୍ନେହ ଆବେଷ୍ଟନୀ ମଧ୍ୟରେ ରହିବେ। କର୍ମକ୍ଷେତ୍ରରେ ଅଭିନବ ରୀତିରେ କିଛି ପରିବର୍ତ୍ତନ ଆଣିପାରିବେ। ଶୁଭ ମଙ୍ଗଳ କାର୍ଯ୍ୟରେ ସଫଳତା ମିଳିବ। ଆତ୍ମ ସମ୍ମାନ ପ୍ରାପ୍ତି, ବିକ୍ଷିପ୍ତ ଚିନ୍ତାରୁ ମୁକ୍ତି ମିଳିବ।

ମୀନ : କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ମତ ପାର୍ଥକ୍ୟ ଆସିପାରେ। ଦେହ ଅସୁସ୍ଥ ରହିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବେ। ଆର୍ଥିକ ସ୍ବଚ୍ଛଳତା। ବସ୍ତ୍ରାଦି ଆଭୂଷଣ ଓ ଭାବପ୍ରବଣତାର ଆଧିକ୍ୟ ରହିବ।

Leave A Reply

Your email address will not be published.

ବ୍ରେକିଂ