ସୋମବାର ରାଶିଫଳ

ମେଷ: ମାନସିକ ଅଶାନ୍ତି ଅସ୍ଥ଄ରତା ଅନେକାଂଶରେ ଦୂର ହେବ । ବନ୍ଧୁ ସହଯୋଗ, ଗୃହ ଜମି କ୍ରୟରେ ବ୍ୟୟ, ଧର୍ମ କର୍ମରେ ରୁଚି ଓ ଯାତ୍ରାରେ ଅସଫଳ ହେବେ । କର୍ମ କ୍ଷେତ୍ରରେ ଦାୟିତ୍ୱ ବଢ଼ିବ । ଅଂଶୀଦାର ବ୍ୟବସାୟରେ କ୍ଷତିର ଯୋଗ ଅଛି ।

ବୃଷ: ସନ୍ତାନସନ୍ତତିଙ୍କ ସମୃଦ୍ଧ଄ରେ ଆତ୍ମସନ୍ତୋଷ ପାଇବେ । ଶତ୍ରୁବେଷ୍ଟିତ ହେଲେ ମଧ୍ୟ କ୍ଷୟକ୍ଷତିର ଆଶଙ୍କା ନାହିଁ । ଅର୍ଥ ବୃତ୍ତିରେ ଉନ୍ନତି, ମଙ୍ଗଳ କାମରେ ଅଗ୍ରଗତି, ମୂଲ୍ୟବାନ ଦ୍ରବ୍ୟ କ୍ରୟ  ଓ କର୍ମ କ୍ଷେତ୍ରରେ ଉତ୍ସାହିତ ହେବେ ।

ମିଥୁନ: ଭୂମି ସମ୍ପର୍କୀୟ ବିବାଦର ସ୍ଥାୟୀ ସମାଧାନ କରିପାରିବେ । ଅର୍ଥାଗମରେ ପ୍ରତିବନ୍ଧକ ନାହିଁ । ଉତ୍ସାହର ସହିତ ପ୍ରତ୍ୟେକ କର୍ମ ସମ୍ପାଦନ କରିବେ । ଗୁରୁ ଦେବତା ଭକ୍ତି ରହିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ସଦ୍ଦିଚ୍ଛା ମିଳିବ ।

କର୍କଟ: ଦିନଟି ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । କର୍ତ୍ତବ୍ୟ କର୍ମରେ ନିଷ୍ଠା, ବିବାଦରେ ବିଜୟ, ଲୋକ କଲ୍ୟାଣ କାର୍ଯ୍ୟରେ ଆଗ୍ରହ ବଢ଼ିବ । ସନ୍ତାନସନ୍ତତିଙ୍କ ସ୍ୱାସ୍ଥ୍ୟ ସମସ୍ୟା, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ନଷ୍ଟ ଓ ଯାତ୍ରା ଅଶୁଭର ସମ୍ଭାବନା ଅଛି ।

ସିଂହ: ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି କେତେକ ଅଶୁଭ ଫଳ ଦେଇପାରେ । ଦୈହିକ ସ୍ୱାସ୍ଥ୍ୟ ସମସ୍ୟା, ପଡୋଶୀ ସମ୍ପର୍କରେ ଅବନତି, ବାଦ ବିବାଦଯୁକ୍ତ ହେବେ । ଆର୍ଥିକ ସମସ୍ୟା ଚିନ୍ତଜନକ ହେବନାହିଁ । ସଜ୍ଜନଙ୍କ ସୁପରାମର୍ଶ ପାଇବେ ।

କନ୍ୟା: ଆହାର ବିଶ୍ରାମରେ ଅନିୟମିତ ହେବା କାରଣରୁ ସ୍ୱାସ୍ଥ୍ୟ ସମସ୍ୟାରୁ ଅବ୍ୟାହତି ପାଇବେ ନାହିଁ । କର୍ମ କ୍ଷେତ୍ରରେ ନିଷ୍ଠା, ବନ୍ଧୁ ବର୍ଗରୁ ସହଯୋଗ, ଆଇନ ଅଦାଲତର ଭୟ, ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପାଦନ ସମ୍ଭବ ହେବନାହିଁ ।

ତୁଳା: ସଦା କର୍ମ ଚଞ୍ଚଳ ରହିବେ । ଉଦ୍ୟମ ନିଷ୍ଠାପର ହେବ । ଦେହ ସୁସ୍ଥ ରହିବ । ମାତ୍ର ଶ୍ରମଜନିତ କ୍ଳାନ୍ତି ବୋଧ କରିବେ । ଗୃହ ନିର୍ମାଣାଦି କାର୍ଯ୍ୟରେ ପଛେଇ ଯିବେ । ଆଧ୍ୟାତ୍ମିକ କ୍ଷେତ୍ରରେ ସୂକ୍ଷ୍ମ ଅନୁଶୀଳନ କରିବେ । ଯାତ୍ରା ବ୍ୟୟକାରକ ହୋଇପାରେ ।

ବିଛା: ଅର୍ଥାଗମର ମାର୍ଗ ପ୍ରଶସ୍ତ ହେବ । ପାରିବାରିକ ବୁଝାମଣା କମ ମିଳିବ । କର୍ମ କ୍ଷେତ୍ରରେ ନିଜକୁ ସଂକୁଚିତ କରି ରଖିବେ । ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା, ଶତ୍ରୁ ବିଜୟ, ଦାୟିତ୍ୱ ସମ୍ପନ୍ନ କରିବା ଓ ଦୂରଯାତ୍ରାରେ ଅସଫଳ ହେବେ ।

ଧନୁ: ଘାତଚନ୍ଦ୍ର ଭୋଗ ହେତୁ ଦିନଟି ନ୍ୟୂନ ଫଳ ପ୍ରଦାୟକ ହେବ । ବାଞ୍ଛିତ ଫଳ ଲାଭରେ ବିଳମ୍ବ, ଶ୍ଳେଷ୍ମା ଜନିତ ସ୍ୱାସ୍ଥ୍ୟ ସମସ୍ୟା, କର୍ମକ୍ଷେତ୍ରରେ ମନ ଊଣା ଓ ଯାତ୍ରା ଅଶୁଭର ସମ୍ଭାବନା ଅଛି । ଧର୍ମ କର୍ମରେ ଏକନିଷ୍ଠ ହୋଇପାରିବେ ।

ମକର: ପାରିବାରିକ କ୍ଷେତ୍ରରେ ସୁଖ ସନ୍ତୋଷ ପାଇବେ । ଉଚ୍ଚ ଅଭିଳାଷ ଫଳବତୀ ହେବ । ଅପରକୁ ସାହାଯ୍ୟ ପ୍ରଦାନ କରି ଆତ୍ମସନ୍ତୋଷ ପାଇବେ । ପିଲାମାନଙ୍କର ଦେହ ଅସୁସ୍ଥ ରହିପାରେ । କର୍ମକ୍ଷେତ୍ରରେ ଯଥା ସମ୍ମାନ ପାଇବେ ।

କୁମ୍ଭ: ପ୍ରିୟ ପରିଜନଙ୍କ ପାଇଁ ବିଚଳିତ ରହିବେ । ଲୋକ କଲ୍ୟାଣରେ ଆଗ୍ରହ, ସାମାଜିକ ସମ୍ମାନ, ବ୍ୟବସାୟରେ ଲାଭାଂଶ ବୃଦ୍ଧ଄, ସୌଖୀନ ଦ୍ରବ୍ୟ କ୍ରୟର ସୁଯୋଗ ପାଇବେ । ରାଜନୈତିକ କ୍ଷେତ୍ରରେ ସଫଳ ବୁଝାମଣା ନ ମିଳିପାରୋ ।

ମୀନ: କଲ୍ୟାଣ ଚନ୍ଦ୍ର ଭୋଗ ହେବ ସାରାଦିନ । ଗଠନମୂଳକ ସୁପରାମର୍ଶ ଲାଭ, ବୈଷୟିକ କ୍ଷେତ୍ରରେ ଉନ୍ନତି, ଅଧ୍ୟୟନରେ ଶୃଙ୍ଖଳା, ବନ୍ଧୁବର୍ଗରେ କଥା କଟାକଟି, ଦୂରଯାତ୍ରାରେ ଶୁଭ ଓ ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ ।

Leave A Reply

Your email address will not be published.

ବ୍ରେକିଂ