ସୋମବାର ରାଶିଫଳ

ମେଷ : ପ୍ରତ୍ୟେକ କ୍ଷେତ୍ରରେ ଆତ୍ମସମ୍ମାନ ସୁରକ୍ଷିତ ରଖି ପାରିବେ । ବିବାହାଦି ଶୁଭ କାର୍ଯ୍ୟରେ ଅଗ୍ରଗତି ଘଟିବ । କର୍ମକ୍ଷେତ୍ରରେ ନେତୃତ୍ୱ ଲାଭ ହେବ । ଭାତୃ ବର୍ଗରୁ ସୁଖ ସନ୍ତୋଷ ପାଇବେ । ଲୋକ କଲ୍ୟାଣ କାର୍ଯ୍ୟ ସୁଖକର ହେବ ।

ବୃଷ : ଆୟ ଅପରିବର୍ତ୍ତିତ ରହିବ । ବ୍ୟୟ ନିୟନ୍ତ୍ରଣ କରିବା ସହଜ ହେବ ନାହିଁ । ଦୂର ସଂପର୍କୀୟମାନେ ବିଭିନ୍ନ ବାଟରେ ସହଯୋଗ କରିବେ । ମନରେ ଉତ୍ସାହ, କୁଟୁମ୍ବ ସୁଖ, ବାଦ ବିବାଦରେ ବିଜୟ ଓ ବ୍ୟବସାୟରେ ସଫଳ ଅଗ୍ରଗତି କରିବେ ।

ମିଥୁନ : କର୍ମର ଗତି ମନ୍ଥର ହେଲେ ମଧ୍ୟ ଆତ୍ମସନ୍ତୋଷ ମିଳିବ । ମାନସିକ ପୂରଣ ପାଇଁ ଦିନଟି ଶୁଭ । ପରୋପକାରରେ ଖୁସି, କୁଟୁମ୍ବ ସୁଖ, ଭୂମି କ୍ରୟ ବିକ୍ରୟରେ ଲାଭ, ସାମାଜିକ ଅନୁଷ୍ଠାନ ସହ ସଂପୃକ୍ତି ଓ ରାଜନୀତିରେ ନେତୃତ୍ୱ ଲାଭ ହେବ ।

କର୍କଟ :  ମାନସିକ ଅସ୍ଥିରତା କାରଣରୁ କାର୍ଯ୍ୟ ବିଳମ୍ବ ହୋଇପାରେ । ନିମ୍ନ ଅଂଗରେ ପୀଡା, କର୍ମକ୍ଷେତ୍ରରେ ଅବରୋଧ ଓ ଯାନ ବାହାନରେ ଦୂର ଯାତ୍ରା ଗ୍ରହଣ ଯୋଗ୍ୟ ନୁହେଁ । ଶୁଭ ମଙ୍ଗଳ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଗୁରୁଜନମାନଙ୍କର ଆଶୀର୍ବାଦ ମିଳିବ ।

ସିଂହ : ବୃଥା ଚିନ୍ତା ଓ ଭାବନାରେ ସମୟ ଅପଚୟ କରିବେ । ସାଧାରଣ ଦିନଚର୍ଯ୍ୟାରେ ବ୍ୟତିକ୍ରମ ଆସିବ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ, ସୁଖ ଭ୍ରମଣ , ଦେବ କାର୍ଯ୍ୟରେ ନିଷ୍ଠା ଓ ସାମାଜିକ ଆଦର ଅଭ୍ୟର୍ଥନା ପାଇବେ । ବ୍ୟବସାୟରେ କ୍ଷେତ୍ର ପରିସର ବଢିବ ।

କନ୍ୟା : ଦିନଟି ସମସ୍ୟା ବହୁଳ ହେବ । କର୍ମକ୍ଷେତ୍ରରେ ଅସହଯୋଗ, ଅର୍ଥ ଅପଚୟ, ପାରିବାରିକ ଭୁଲ ବୁଝାମଣା, ନିଜ ଲୋକଙ୍କର ବିଶ୍ବାସଘାତକତା ଓ ବସ୍ତ୍ରାଦି ଆଭୂଷଣ  ଲାଭର ସମ୍ଭାବନା ଅଛି । ଗୁରୁ ଦେବତା ବ୍ରାହ୍ମଣ ଭକ୍ତି ଯୁକ୍ତି ହେବେ ।

ତୁଳା : ଦିବା ୫ଘ୪୪ମି ପର୍ଯ୍ୟନ୍ତ କଲ୍ୟାଣ ଚନ୍ଦ୍ର ଭୋଗ ହେବ । ଉଦଯୋଗ ସିଦ୍ଧି, ପ୍ରସାଧନ ସାମଗ୍ରୀ କ୍ରୟ, ଆହାର ବିଶ୍ରାମରେ ନିୟମିତତା, ପାରିବାରିକ ସୁଖ ଓ ରାଜନୀତିରେ ନେତୃତ୍ୱ ଲାଭ କରିବେ । ଧର୍ମାନୁରକ୍ତି ବଢିବ । ଦୂର ଯାତ୍ରାରେ ଶୁଭ ।

ବିଛା : ବ୍ୟୟ ବହୁଳତା ପାଇଁ ବ୍ୟସ୍ତତା ବଢିବ୤ ଉତ୍ସାହ ବୃଦ୍ଧ଄, ବ୍ୟବସାୟରେ ଉନ୍ନତି, ଦୈହିକ ସ୍ବାସ୍ଥ୍ୟରେ ଅନିୟମିତତା, ପ୍ରତିଯୋଗିତାରେ ବିଜୟ ଓ ଦୂର ଯାତ୍ରାରେ ଅସଫଳ ହେବେ୤ ସାଂଗଠନିକ କାର୍ଯ୍ୟରେ େନତୃତ୍ବ ଓ ଧର୍ମ କର୍ମରେ ନିଷ୍ଠା ବୃଦ୍ଧ଄୤

ଧନୁ :  ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଦୈହିକ ସ୍ୱାସ୍ଥ୍ୟରେ କ୍ରମ ଉନ୍ନତି, ଆତ୍ମୀୟ ସ୍ୱଜନଙ୍କ ସହଯୋଗ, ନିର୍ମାଣ କାର୍ଯ୍ୟରେ ଅଗ୍ରଗତି, ଆର୍ଥିକ ସ୍ୱଚ୍ଛଳତା, ମାନସିକ ଦୃଢତା, ବନ୍ଧୁ ପ୍ରିୟ ଓ ଆଧ୍ୟାତ୍ମିକ ଚିନ୍ତା ଚେତନାର ବିକାଶ ଘଟିବ ।

ମକର : ବ୍ୟବସାୟ କିମ୍ବା ନୂତନ ଯୋଜନା ପରିଗ୍ରହଣ ପାଇଁ ଦିନଟି ଶୁଭ ନୁହେଁ । ଆଇନ ଅଦାଲତର ରାୟ ବିପକ୍ଷରେ ଯିବ । ଯାନବାହାନରେ ଲାଭ, କର୍ମ ପ୍ରେରଣା ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ ପାଇବେ । ସନ୍ତାନ ସନ୍ତତି ସୁଖ ପ୍ରାପ୍ତି ।

କୁମ୍ଭ : ନିରଳସ ଭାବରେ କର୍ତ୍ତବ୍ୟ ସଂପାଦନ କରି ଉଚ୍ଚ ପ୍ରଶଂସାର ଅଧିକାରୀ ହେବେ । ଅନ୍ତରଂଗମାନେ ସ୍ୱାର୍ଥ ପାଇଁ ବିରୋଧୀ ହୋଇପାରନ୍ତି । ଈଶ୍ୱର ଆରାଧନା ଚିନ୍ତନ ମନନ, ସ୍ୱାଧିନ ଚିନ୍ତାଧାରା ଓ ଦୈହିକ ସୁସ୍ଥତା ଅନୁଭବ କରିବେ ।

ମୀନ : ପାରିବାରିକ ଅସନ୍ତୋଷ ମାନସିକ ଦୁଃଶ୍ଚିନ୍ତା ବଢାଇବ । ଧାତୁ ଦ୍ରବ୍ୟାଦି ନଷ୍ଟ, ଦୂର ଯାତ୍ରାରେ କ୍ଷତି, କର୍ମକ୍ଷେତ୍ରରେ ସମାଲୋଚନା ଓ ଦେବ କାର୍ଯ୍ୟ ପ୍ରତି ନିଷ୍ଠାବାନ ହେବେ । ବ୍ୟବସାୟରେ ଉନ୍ନତି କିମ୍ବା ଭୂମି ସମସ୍ୟାର ସମାଧାନ ଘଟିବ ।

Leave A Reply

Your email address will not be published.

ବ୍ରେକିଂ