ସୋମବାର ରାଶିଫଳ

ମେଷ: ପ୍ରେମ ସମ୍ପର୍କ ମଧୁର ରହିବ, ପତିପତ୍ନୀଙ୍କ ମଧ୍ୟରେ ଲାଗିଥିବା କଳି ଝଗଡାର ମିମାଂସା ହୋଇଯିବ । ସୋସିଆଲ ମିଡିଆରେ ନିଜକୁ ନିୟୋଜିତ ରଖିବେ, ପାରିବାରିକ ସମ୍ପର୍କ ସୁଦୃଢ଼ ହେବ । କର୍ମ କ୍ଷେତ୍ରରେ ପରିବାରର ସହଯୋଗ ମିଳିବ ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ,  ଚାକିରି କରିଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ ।  ପଡିରହିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ଅଫିସରେ କୌଣସି ଅଧିକାରୀଙ୍କ ସହଯୋଗ ଲାଭ, ବ୍ୟବସାୟଙ୍କ ଆୟ  ସ୍ରୋତ ବଢ଼ିବ ।  ଜୀବନସାଥୀଙ୍କ ସହଯୋଗ ମିଳିବ ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ କିଛି ବଡ଼ ଦାୟିତ୍ୱ ମିଳିବ, ଯେଉଁ କାର୍ଯ୍ୟକୁ ଆପଣ ସହଜରେ ତୁଲାଇ ନେଇ ଅଧିକାରୀଙ୍କ ନିକଟରେ ଉଚ୍ଚପ୍ରଶଂସିତ ହେବେ ।  ଦୂରଯାତ୍ରାର ସମ୍ଭାବନା ରହିଛି । ଆପଣଙ୍କ ପ୍ରିୟ ସାଥୀ ଆଜି ଆପଣଙ୍କ ସହିତ ଦିନ ବିତାଇବାକୁ ଇଚ୍ଛା ପ୍ରକଟ କରିବେ ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିବ, ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଯେଉଁ କାରଣରୁ ଆପଣଙ୍କ ଦିନଟି ଖୁସିରେ କଟିବ । ବ୍ୟବସାୟିକ କାମରେ ବାହାରକୁ ଯିବାକୁ ପଡିପାରେ । ଚାକିରି କ୍ଷେତ୍ରରେ ଚିନ୍ତା ଓ ଚାପ ଦୂର ହେବ । ପରିଶ୍ରମର ଫଳ ମିଳିବ ।

ସିଂହ: ଆଜି ଦିନଟି ଆପଣଙ୍କର ଚିନ୍ତା ଓ ଚାପରେ କଟିବ । ପରିବାରରେ କଳି ଝଗଡା ସମ୍ପତ୍ତିଗତ ମାମଲା ଦେଖାଦେବ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ଯାନବାହାନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ । ଜୀବନ ସାଥୀଙ୍କ ସହଯୋଗ ମିଳିବ ।

କନ୍ୟା: ଅର୍ଥ ଜନିତ ସମସ୍ୟା ଦେଖ ଦେଇଥିଲେ ମଧ୍ୟ ଆପଣ ଏହାକୁ ସହଜରେ ତୁଲାଇ ନେବେ ।  କିଛି ନୂଆ କାମରେ ହାତ ଦେବା ପାଇଁ ଯୋଜନା କରିବେ । କୌଣସି ସହୃଦୟ  ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ହେବ । ଆଜି ଦିନ ସାରା ଉତ୍ସାହ ଓ ଉଦୀପନା ସହିତ କାମକୁ ତୁଲାଇ ନେବେ  ।

ତୁଳା: ଆଜି ଦିନରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ ।  ନୂଆ ବସ୍ତ୍ର ଆଭୂଷଣ କିଣିବାକୁ ମନେ କରିବେ । ଶୁଭ ସମାଚାର ମିଳିବ । ଖାଦ୍ୟପେୟରେ ସଂଯମ ରଖନ୍ତୁ, ଆର୍ଥିକ ସମସ୍ୟାକୁ ନେଇ  ଘରେ କଳି ଝଗଡା ଲାଗି ପାରେ । ବୈବାହିକ ଜୀବନରେ କଳି ଉପୁଜିବ ।

ବିଛା: ଚାକିରି, କ୍ୟାରିୟର ଓ ଅର୍ଥ ସମସ୍ୟାକୁ ନେଇ ଦିନ ଭଲ ରହିବ ।  ନୂଆ ଚାକିରିରେ ପ୍ରମୋଶନ ମିଳିବାକୁ ଚେଷ୍ଟା ବଳବତ୍ତର ରଖିବେ । କାର୍ଯ୍ୟକ୍ଷେତ୍ରରେ  ଆପଣଙ୍କ କଥାରେ ସହମତି ଓ ସହଯୋଗ ମିଳିବ । ପରିବାରରେ  ଖୁସି ଆସିବ ।

ଧନୁ : ଆଜି ଦିନଟି ଶୁଭଫଳଦାୟକ ହେବ । ଦୀର୍ଘଦିନରୁ ପଡିରହିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ସାମାଜିକ ଓ ରାଜନୀତିରୁ ଲାଭ ମିଳିବ । ପାରିବାରିକ କଥାବାର୍ତ୍ତା  ଉତ୍ତମ ରହିବ ।  ଅଚନାକ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ପଡିପାରେ ।

ମକର:  ଦାମ୍ପତ୍ୟ ମନୋମାଳିନ୍ୟର ଅନ୍ତ ଘଟିବ । ବ୍ୟବସାୟିକ  କାର୍ଯ୍ୟକୁ ନେଇ  ଚିନ୍ତାରେ ପଡିପାରନ୍ତି । କୌଣସି କାମକୁ ନେଇ ଧାଁ ଦୌଡ କରିବାକୁ ପଡିପାରେ । ଯେଉଁ କାରଣରୁ ସାରା ଦିନ ଚିନ୍ତା ଓ ଚାପରେ ରହିବେ । କାମରେ ଆପଣଙ୍କ ମାତା ପିତାଙ୍କ ସହଯୋଗ ମିଳିବ ।

କୁମ୍ଭ: ଆଜି କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଓ ସହଯୋଗ ପାଇବେ । ବୟସ୍କଙ୍କ ଲାଗି ଚିନ୍ତିତ ରହିବେ । କିଛି ଶୁଭ ସମାଚାର ଶୁଣିବେ । ଜୀବନସାଥୀଙ୍କ ସହଯୋଗ ମିଳିବ । ପ୍ରାପ୍ତ କରିଥିବା ଧନ ନିଜ ମନ ମୁତାବକ ଖର୍ଚ୍ଚ ନହେବାରୁ ମନରେ ଅଶାନ୍ତି ଦେଖା ଦେବ ।

ମୀନ: ଆଜି ଆପଣ ଦୃଢ଼ ମନୋବଳ ଓ ଧୈର୍ଯ୍ୟର ସହିତ କାମ କରିବେ । ଭୂମି ଓ ସମ୍ପତ୍ତି ଲାଭ । କୌଣସି ନୂଆ କାମକୁ ନେଇ ଚିନ୍ତାରେ ରହିବେ ।  କିନ୍ତୁ ପରେ ସବୁ ଠିକ୍ ଠାକ୍ ହୋଇଯିବ । ଧୈର୍ଯ୍ୟର ସହିତ କାମ କରନ୍ତୁ ।  ଆଗକୁ ବଢ଼ିବାକୁ ଉତ୍ସାହ ମିଳିବ ।

Leave A Reply

Your email address will not be published.

ବ୍ରେକିଂ