ସୋମବାର ରାଶିଫଳ

ମେଷ: ଗୃହ ପରିବେଶରେ ଆତ୍ମସନ୍ତୋଷ ପାଇବେ । ଆୟ ହ୍ରାସ ହେବ । କର୍ମ କ୍ଷେତ୍ରରେ ବିଭିନ୍ନ ସୁବିଧାର ଉପଭୋଗ କରିବେ । ଶ୍ଲେଷ୍ମା ସହିତ ଉଦରପୀଡା ଭୋଗ ହୋଇପାରେ । ପୂଜା ପାର୍ବଣରେ ନିଷ୍ଠା, ଗୁରୁଜନଙ୍କ ସଦ୍ଦିଚ୍ଛା ମିଳିବ ।

ବୃଷ: ଶୀ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭ । ଲୋକ କଲ୍ୟାଣ କାର୍ଯ୍ୟରେ ଉତ୍ସାହିତ ହେବେ । ଗୁରୁ, ପିତୃ ମାତୃ ଭକ୍ତି ରହିବ । ମୂଲ୍ୟବାନ ଦ୍ରବ୍ୟ ଲାଭର ସମ୍ଭାବନା ଅଛି । ବ୍ୟବସାୟରେ ଲାଭାଂଶ କମ ହେବ । ରାଜନୀତିରେ କ୍ଷମତା, ସଂଗଠନ ବଢିବ ।

ମିଥୁନ: ନାନା ପ୍ରତିବନ୍ଧକ ସତ୍ତ୍ୱେ କର୍ମ କ୍ଷେତ୍ରରେ ଅଗ୍ରଗତି ଜାରି ରଖିବେ । ଧାର କରଜ ବୃଦ୍ଧି, ନିର୍ମାଣାଧୀନ କାର୍ଯ୍ୟରେ ମନ୍ଥରତା, ପରିବାର ପାଇଁ ଦୁଃଶ୍ଚିନ୍ତା ବାୟୁ ସମସ୍ୟା ଜନିତ ଦେହପୀଡା ଓ ଆକସ୍ମିକ ବ୍ୟୟର ସାମ୍ନା କରିପାରନ୍ତି ।

କର୍କଟ: ମାନସିକ ଶାନ୍ତି ସନ୍ତୋଷ ମଧ୍ୟରେ ଦିନଟି ଅତିବାହିତ କରିବେ । ସଜ୍ଜନ ମାନଙ୍କ ଠାରୁ ସତ ପରାମର୍ଶ ପାଇବେ । ଦେହ ସୁସ୍ଥ ରହିବ । ବକେୟା ପ୍ରାପ୍ୟ ମିଳିବାରେ ଅସୁବିଧା ହେବ ନାହିଁ । ଦେବ କର୍ମରେ ଆଗ୍ରହ ଓ ଯାତ୍ରାରେ ଶୁଭ ।

ସିଂହ: ଦେହ ସୁସ୍ଥ ନିରୋଗ ରହିବ । ମାନସିକ ଅବସାଦ ସାମୟିକ ଭୋଗ ହେବ । ଗୃହୋପକରଣ କ୍ରୟ, ଉଚ୍ଚ ଶ୍ରେଣୀ ସହିତ ସୁ ସଂପର୍କ, ଆର୍ଥିକ ସ୍ୱଚ୍ଛଳତା ଓ ପାରିବାରିକ ସୁଖ ସନ୍ତୋଷ ପାଇବେ । କଥା ବାର୍ତ୍ତାରେ ସଂଯମୀ ହେବା ଉଚିତ ।

କନ୍ୟା: ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ । ବିନା କାରଣରେ ଅବସାଦ ବଢିବ । ହାତ ପାଦରେ ବ୍ୟଥା, ଦ୍ରବ୍ୟ ନଷ୍ଟ, ଯାନବାହାନରେ ବ୍ୟୟ ଓ ଗୃହ ଭୂମି ସମସ୍ୟା ବଢିପାରେ । ଧର୍ମ ନିଷ୍ଠା ସହିତ ସତ ପରାମର୍ଶ ପାଇବେ ।

ତୁଳା: ସମୟର ସଠିକ ବିନିଯୋଗ କରି ହେବ ନାହିଁ । ପରିବାରରେ ଅଶାନ୍ତି, ଦାୟିତ୍ୱ ନିର୍ବାହରେ ଅନିୟମିତ, ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି, ବିଳାସ ଦ୍ରବ୍ୟ କ୍ରୟରେ ବ୍ୟୟ, ବ୍ୟବସାୟିକ କ୍ଷେତ୍ର ପରିସର ପରିବ୍ୟାପ୍ତ ହେବ ।

ବିଛା: ଘାତଚନ୍ଦ୍ର ଭୋଗ କାରଣରୁ ଦିନଟି ପ୍ରତିକୂଳ ଫଳ ଦାୟକ ହେବ । ମନରେ ଉତ୍ସାହ ହାନୀ, ବନ୍ଧୁ ଅପ୍ରିୟ, ପାରିବାରିକ ମାନ ମନାନ୍ତର, ଗଠନମୂଳକ ସତ ପରାମର୍ଶ ପ୍ରାପ୍ତି, ଯାନବାହାନରେ ବ୍ୟୟ ଓ ଯାତ୍ରା ଅଶୁଭର ସମ୍ଭାବନା ।

ଧନୁ: କର୍ମ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । ସହଜ ସମାଧାନ ବିଳମ୍ବିତ ହୋଇପାରେ । ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି, ଲୋକ ସଂପର୍କ, ସ୍ୱାଧୀନ ଚିନ୍ତାଧାରା, ଈଶ୍ୱର ନିଷ୍ଠା, ପରୋପକାରରେ ଆତ୍ମସନ୍ତୋଷ ପାଇବେ  ।

ମକର: ଅମ୍ଲ ଅଜୀର୍ଣ୍ଣ ଜନିତ ଉଦରପୀଡା ଭୋଗ କରିବେ । ଆହାର ବିଶ୍ରାମରେ ନିୟମିତ ହେବାର ଆବଶ୍ୟକତା ଅଛି । ଆୟ ପର୍ଯ୍ୟାପ୍ତ ନ ହେଲେ ମଧ୍ୟ ଅନାଟନ ଆସିବ ନାହିଁ । ପାରିବାରିକ କ୍ଷେତ୍ରରେ ମାନ ମନାନ୍ତର ଆସିପାରେ ।

କୁମ୍ଭ: ଲୋକ କଲ୍ୟାଣ କାର୍ଯ୍ୟରେ ଆଗ୍ରହ ବଢିବ । କର୍ମ କ୍ଷେତ୍ରରେ ସ୍ଥିର ସିଦ୍ଧାନ୍ତ ନେବା ଉଚିତ । ପ୍ରିୟ ପରିଜନ ସହଯୋଗ ସଦ୍ଦିଚ୍ଛା ମିଳିବ । ଉଚ୍ଚ କର୍ତ୍ତୃପକ୍ଷଙ୍କ ସହଯୋଗ, ପରିବାରରେ ମତାନ୍ତର, ପ୍ରତିଯୋଗିତାରେ ବିଜୟୀ ହେବେ ।

ମୀନ: ପ୍ରତ୍ୟେକ ବିଷୟର ଉଭୟ ଦିଗକୁ ଦେଖିବା ଦରକାର । ପାରିବାରିକ ଶାନ୍ତି ସନ୍ତୋଷ ପିଲାମାନଙ୍କ ପାଇଁ କମ ମିଳିପାରେ । ଆର୍ଥିକ ଅବନତି ପ୍ରାୟତଃ ନାହିଁ । ଯାତ୍ରାରେ ଶୁଭ, ତୀର୍ଥ ବ୍ରତରେ ଆଗ୍ରହ, ଉଦଯୋଗ ସିଦ୍ଧ ହେବ ।

Leave A Reply

Your email address will not be published.

ବ୍ରେକିଂ