ସୋମବାର ରାଶିଫଳ: ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

ମେଷ: ଆତ୍ମବିଶ୍ୱାସ ଅଧିକ ରହିବ । ବିଶେଷ କାର୍ଯ୍ୟ ସଂପାଦନରେ ସଫଳ ହେବେ । କର୍ମ କ୍ଷେତ୍ରରେ ଥିବା ବିଭେଦ ଓ ମନାନ୍ତର ଦୂର କରି ପାରିବେ । ପରିବାରର ସ୍ୱାସ୍ଥ୍ୟ ପାଇଁ ବ୍ୟୟ ହୋଇପାରେ । ଧର୍ମ କାର୍ଯ୍ୟରେ ଋଚି ଓ ରାଜନୀତିରେ ଆଦୃତି ଲାଭ ।

ବୃଷ: ମନରେ ଉତ୍ସାହ ଉଦ୍ଦୀପନା ମିଳିବ । ସାମାଜିକ କ୍ଷେତ୍ରରେ ସୁଚିନ୍ତିତ ମତାମତ ସର୍ବତୋ ଭାବରେ ଗ୍ରହଣୀୟ ହେବ । ପରିବାରରେ ସ୍ନେହ, ଜମିଜମା ସମସ୍ୟା ସମାଧାନ, ବନ୍ଧୁ ସଂପର୍କରେ ଉନ୍ନତି ଓ ରାଜନୀତିରେ ବିରୋଧୀ ସଂଖ୍ୟା ଅଧିକ ହେବ ।

ମିଥୁନ: ଦିବା ୧୦ ଘ ୪୯ ମି. ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗର ସମୟ । ପରିବାରରେ ମତର ଅମେଳ ଆସିବ । ଦ୍ରବ୍ୟନଷ୍ଟ ଓ ମାନସିକ ଅଶାନ୍ତି ବଢିବ । ଅଭିଳଷିତ କାର୍ଯ୍ୟ ଧାରା ପରିବର୍ତ୍ତନରେ ସଫଳତା ପାଇବେ । ଆୟ ଅପରିବର୍ତ୍ତିତ ରହିବ । ବାଣିଜ୍ୟରେ ଲାଭ।

କର୍କଟ: କର୍ମ କ୍ଷେତ୍ରରେ ନିମ୍ନ ବର୍ଗରୁ ଅସହଯୋଗ ଆସିବ । ରାଜନୈତିକ କ୍ଷେତ୍ରରେ ଲୋକ ସଂପର୍କ ବୃଦ୍ଧି, ନିର୍ମାଣ କାର୍ଯ୍ୟରେ ଅଗ୍ରଗତି, ଭୋଗ ବିଳାସ ଦ୍ରବ୍ୟ କ୍ରୟରେ ବ୍ୟୟ, ଦୀର୍ଘସ୍ଥାୟୀ ରୋଗ ସମସ୍ୟା ଓ ବ୍ୟବସାୟରେ ନୂତନ ସଂସ୍ଥାର ଶୁଭାରମ୍ଭ ହେବ।

ସିଂହ: ସନ୍ତାନ ସନ୍ତତିଙ୍କ ପାଇଁ ପରିବାରରେ ଅସନ୍ତୋଷ ଆସିପାରେ। ମନୋଦବେଗରୁ ମୁକ୍ତ ରହିବା ସହଜ ହେବନାହିଁ । ରକ୍ତ ପ୍ରଦୂଷଣ ସମସ୍ୟା, ଉଚ୍ଚ ସଂପର୍କରେ ଉନ୍ନତି, ପ୍ରିୟ ପରିଜନଙ୍କ ସହଯୋଗ ଓ ଧର୍ମାନୁଷ୍ଠାନ ସହ ସଂପର୍କ ବଢିବ ।

କନ୍ୟା: ଆର୍ଥିକ ଅନାଟନ ପ୍ରାୟତଃ ଲାଗି ରହିବ । ପ୍ରିୟଜନଙ୍କ ବର୍ଗରୁ ଅସନ୍ତୋଷ ଆସିବ । କର୍ମ କ୍ଷେତ୍ରରେ ବିରୋଧ, ଦୈହିକ ସ୍ୱାସ୍ଥ୍ୟ ସମସ୍ୟା, ଯାନବାହନ ନବୀକରଣ ଓ ଦୂର ଯାତ୍ରାରେ ସଫଳ ହେବେ । ସୃଜନାତ୍ମକ ପ୍ରତିଭାର ବିକାଶ ଓ ଧର୍ମ ନିଷ୍ଠା ବୃଦ୍ଧି ।

ତୁଳା: ପରିବାର ଓ କର୍ମ କ୍ଷେତ୍ରରେ ସମ୍ମାନ ଜନକ ସ୍ଥିତି ମିଳିବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥିର ବିଚାରରେ କରିବା ଉଚିତ । ଦୈହିକ ସ୍ୱାସ୍ଥ୍ୟରେ ଅବନତି, ସଦୟ ମନୋଭାବ, ଶୁଭ ମଙ୍ଗଳ କାର୍ଯ୍ୟରେ ସଂପୃକ୍ତି, ପ୍ରସାଧନ ସାମଗ୍ରୀ କ୍ରୟ ଓ ଯାତ୍ରାରେ ଶୁଭ ପ୍ରାପ୍ତି ।

ବିଛା: ଆଶାବାଦୀ ହୋଇ କାମ କରିବେ । ଆଶିଂକ ସଫଳତାରେ ବି ଆତ୍ମସନ୍ତୋଷ ପାଇବେ । ଆର୍ଥିକ ସ୍ୱଚ୍ଛଳତା, କୋଷ୍ଠକାଠିନ୍ୟ ହେତୁ ଉଦରପୀଡା, ଦୂରଯାତ୍ରାରେ କ୍ଲାନ୍ତି ଅବସାଦ ଆସିପାରେ । ରାଜନୀତିରେ ସଫଳ ହେବା ସମୟ ସାପେକ୍ଷ ଅଟେ ।

ଧନୁ: ସକାଳ ୧୦ଘ ୪୯ ମି. ଠାରୁ ଘାତଚନ୍ଦ୍ର ଭୋଗାରମ୍ଭ ହେବ । ସମସ୍ୟା ଘେର ମଧ୍ୟରେ ରହିବା ପରି ଲାଗିବ । ଉତ୍ତମ ବୁଝାମଣା ବ୍ୟାହତ ହୋଇପାରେ । ପେଟ ଓ ପାଦ ବୃଥାର ଆଶଂକା ଅଛି । ଉଚ୍ଚ ବର୍ଗ ସହିତ ସୁସଂପର୍କ ଓ  ରାଜନୀତିରେ ସମାଦୃତି ମିଳିବ ।

ମକର: ଅମ୍ଳ ଅଜୀର୍ଣ୍ଣ ଆଦି ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । କର୍ମ କ୍ଷେତ୍ରରେ ସମାଲୋଚିତ ହେବେ । ଅର୍ଥ ବୃତ୍ତିରେ କ୍ଷତି, ବ୍ୟସ୍ତ ବିବ୍ରତ ବୋଧ, ଲୋକ ସଂପର୍କରେ ଉନ୍ନତି, ପରିବାରରେ ସହଯୋଗ, ଯାନବାହନରେ ବ୍ୟୟ ଓ ଗୁରୁ ବ୍ରାହ୍ମଣ ଭକ୍ତି ରହିବ।

କୁମ୍ଭ: ଜମିଜମା କ୍ରୟ ବିକ୍ରୟ ଓ ଗୃହ ନିର୍ମାଣାଦି କର୍ମରେ ସଫଳ ଅଗ୍ରଗତି କରିବେ । ଅବିଶ୍ୱସ୍ତ ବନ୍ଧୁ ସହକର୍ମୀମାନେ କିଛି କିଛି ଦ୍ୱନ୍ଦ୍ୱ ଓ ବିରୋଧଭାବ ସୃଷ୍ଟି କରିପାରନ୍ତି୤ ଦେବାଦେବୀ କାର୍ଯ୍ୟରେ ନିଷ୍ଠା ଓ ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି।

ମୀନ: ଦିବା ୧୦ ଘ ୪୯ମି. ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗ ହେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାରମ୍ଭ ଶୁଭ ହେବ ନାହିଁ। ପ୍ରତିଯୋଗିତାରେ ବିଜୟ, କର୍ମ କ୍ଷେତ୍ରରେ ପରିଚାଳନା ଗତ ଦକ୍ଷତା ବୃଦ୍ଧି, ଦ୍ରବ୍ୟ ଲାଭ ଓ ଗୁରୁଜନଙ୍କ ଦେହ ପୀଡା ଚିନ୍ତାଜନକ ହୋଇପାରେ ।

Leave A Reply

Your email address will not be published.

ବ୍ରେକିଂ