ସୋମବାର ରାଶିଫଳ: ଏହି ରାଶିର ବ୍ୟକ୍ତି ବନ୍ଧୁ ଓ ପ୍ରିୟଜନଙ୍କ ପାଖରେ ଅପ୍ରିୟ ହେବେ

ମେଷ: ମାନସିକ ଦୁଃଖ ଓ ଅନୁଶୋଚନା କିଛି ପରିମାଣରେ ଲାଘବ ହେବ । ଭାତୃ ବର୍ଗେ ଅଶାନ୍ତି ଏବଂ ଅଧିକ ବ୍ୟୟର ସମ୍ଭାବନା ଅଛି । କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସଦ୍ଦିଚ୍ଛା କମ ମିଳିବ । ପରୋପକାରରେ ଆତ୍ମସନ୍ତୋଷ ଓ ରାଜନୀତିରେ ସମସ୍ୟା ବୃଦ୍ଧି ଘଟିପାରେ।

ବୃଷ: କଲ୍ୟାଣ ଚନ୍ଦ୍ର ଭୋଗ ପାଇଁ ଦିନଟି ଶୁଭ ଦ୍ୟୋତକ ହେବ । ଅନାୟାସରେ କାର୍ଯ୍ୟ ସାଧନ କରିବେ । ଲୋକ ସଂପର୍କରେ ଅଭିବୃଦ୍ଧି, ସମସ୍ୟା ସବୁର ଯଥାର୍ଥ ଅନୁଶୀଳନ, ଯାନବାହନ କ୍ରୟ, ବିଭିନ୍ନ ଉଦ୍ୟୋଗରୁ ଲାଭ ଓ ସରକାରୀ ସ୍ତରରେ ପ୍ରୋତ୍ସାହିତ ହେବେ ।

ମିଥୁନ: ଗଠନ ମୂଳକ କାର୍ଯ୍ୟ ସଂପାଦନରେ ବ୍ୟୟ କରିବେ । ଉଚ୍ଚଫଳ ପ୍ରାପ୍ତିରେ ଆତ୍ମସନ୍ତୋଷ ପାଇବେ । ଦେହ ସାମୟିକ ଭାବରେ ଅସୁସ୍ଥ ରହିପାରେ । ନିତମ୍ବ ପୀଡା କିମ୍ବା ବାମାବର୍ତ୍ତ ମୁଣ୍ଡବ୍ୟଥାର ଆଶଙ୍କା ଅଛି । ବାଣିଜ୍ୟରେ ଲାଭ ଓ ରାଜନୀତିରେ ସହମତି ମିଳିବ ।

କର୍କଟ: ଚନ୍ଦ୍ରଙ୍କର ଏକାଦଶ ସ୍ଥାନରେ ଅବସ୍ଥିତି ମୁଖମୟ ପରିବେଶ ପ୍ରଦାନ କରିବ ଉଭୟ କର୍ମକ୍ଷେତ୍ର ଓ ପରିବାରରେ । ଥଣ୍ଡା ସର୍ଦ୍ଦିର ଉପସର୍ଗ ସାମୟିକ ଭାବରେ ଭୋଗ ହୋଇପାରେ । ମନର ଅଭିଳାଷ ପୂରଣ, ଭୂମି ଲାଭ ଓ ଦେବ ଦର୍ଶନର ସୁଯୋଗ ଲାଭ ।

ସିଂହ: ବନ୍ଧୁ ପରିଜନରେ ଅପ୍ରିୟ ହୋଇପାରନ୍ତି । କର୍ମ କ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ଆୟ ବଢିବାର ସମ୍ଭାବନା ଅଛି । କୌଣସି କାରଣ ନଥାଇ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ । ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଓ ସନ୍ତାନ ସନ୍ତତିଙ୍କ ପାଇଁ ଆଶ୍ୱସ୍ତି ମିଳିବ ।

କନ୍ୟା: ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାୟକ ହେବ । ଗଠନ ମୂଳକ ପରାମର୍ଶ ପାଇବେ । ଆତ୍ମ କୈନ୍ଦ୍ରିକ ଗୁଣ ଯୋଗୁ ସେ ସବୁ ଗ୍ରହଣୀୟ ହେବ ନାହିଁ । ଯାନ ବାହନରେ ବ୍ୟୟ, ପରିବାରରେ ଅଶାନ୍ତି ଓ ଭୂମି କ୍ରୟ ବିକ୍ରୟରେ ଲାଭବାନ ହେବେ ।

ତୁଳା: ସମସ୍ୟା ସବୁ ଦୀର୍ଘ ହେବ । ସହଜ ସମାଧାନ ମିଳିବ ନାହିଁ । ଲୋକ କଲ୍ୟାଣ କାର୍ଯ୍ୟରେ ପ୍ରତିବନ୍ଧକ ଆସିବ । ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ଦୁଃଶ୍ଚିନ୍ତା ବଢାଇପାରେ । କର୍ମ କ୍ଷେତ୍ରରେ ସହଯୋଗ ସଦ୍ଦିଚ୍ଛା ପାଇବେ । ଦେବାଦେବୀ କାର୍ଯ୍ୟରେ ନିଷ୍ଠା ବଢିବ ।

ବିଛା: ଘାତଚନ୍ଦ୍ର ଭୋଗ ହେବ ନିଃଶାନ୍ତ ୫ ଘ. ୨୨ମି. ପର୍ଯ୍ୟନ୍ତ । କାମ କରିବାରେ ପ୍ରତିବନ୍ଧକ ଆସିବ । ଉତ୍ସାହହାନୀ, ଉପାର୍ଜନ ହ୍ରାସ, ଲକ୍ଷ୍ୟ ପୂରଣରେ ବିଳମ୍ବ ଓ ଦୂରଯାତ୍ରା କ୍ଷତି କାରକ ହେବ । ପରିବାରରେ ସୁସଂପର୍କ ତଥା ରାଜନୀତିରେ କ୍ଷମତା ଓ ପ୍ରତିପତ୍ତି ବଢିବ ।

ଧନୁ: ଉଦ୍ୟମ ସଫଳ ପାଇଁ ପ୍ରୟାସ ଜାରି ରଖିବେ । ଦେହ ଓ ମନ ସୁସ୍ଥ ରହିବ । ଉଚ୍ଚ ବର୍ଗ ସହିତ ଘନିଷ୍ଠତା ବଢିବ । ପାରିବାରିକ ଶାନ୍ତି, ଦ୍ରବ୍ୟ ଲାଭ, ମୂଲ୍ୟବାନ ଉପହାର ପ୍ରାପ୍ତି, ଲୋକ କଲ୍ୟାଣରେ ଆଗ୍ରହ ଓ ଆୟ ବୃଦ୍ଧିର ସମ୍ଭାବନା ଅଛି ।

ମକର: କର୍ମ କ୍ଷେତ୍ର ଶାନ୍ତି ଦାୟକ ହେବ । ଅର୍ଥ ବ୍ୟାପାରରେ ହିସାବୀ ହେବାର ଆବଶ୍ୟକତା ଅଧିକ । ଯାନବାହନରେ ବ୍ୟୟ, ସନ୍ତାନ ସନ୍ତତି ସୁଖ, ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଓ ଆଇନ ଅଦାଲତରେ ହତୋତ୍ସାହିତ ହୋଇପାରନ୍ତି ।

କୁମ୍ଭ: ଅଶ୍ୱର ନିଷ୍ଠ ହୋଇ କାର୍ଯ୍ୟ ସଂପାଦନ କରିବେ । ସହଯୋଗୀଙ୍କ ସହ ଘନିଷ୍ଠତା ବଢିବ । ଅମ୍ଳ ଅଜୀର୍ଣ୍ଣ ଆଦି ଉଦର ସମସ୍ୟା ଭୋଗ ହେବ । ପାରିବାରିକ ବୁଝାମଣାରେ ଅସାମଞ୍ଜସ୍ୟତା ଲାଗି ରହିବ । ରାଜନୈତିକ କ୍ଷେତ୍ରରେ ମନ୍ତସ୍ତାପ ଆସିପାରେ ।

ମୀନ: ଶୁଭ ଦିନଟିଏ । କିଛି ବିଶେଷ ସମସ୍ୟାର ସହଜ ସମାଧାନ କରିପାରିବେ । ଉଚ୍ଚ ବର୍ଗ ସହିତ ସୁସଂପର୍କ ରହିବ । ଗୃହ ଉପକରଣ, ପ୍ରସାଧନ ସାମଗ୍ରୀ କିମ୍ବା ମେସିନାରୀ ଦ୍ରବ୍ୟ କ୍ରୟରେ ବ୍ୟୟ କରିବେ । ଶୁଭ ମଙ୍ଗଳ କାର୍ଯ୍ୟରେ ଅଗ୍ରଗତି ଓ ଯାତ୍ରାରେ ଶୁଭ ।

Leave A Reply

Your email address will not be published.

ବ୍ରେକିଂ