ଏବର୍ଷ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ

ନୂଆଦିଲ୍ଲୀ: ଚାଷୀମାନଙ୍କ ପାଇଁ ଖୁସି ଖବର । ଏବର୍ଷ ଦେଶରେ ସ୍ୱାଭାବିକ ରହିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।  ଜୁନରୁ ସେପ୍ଟେମ୍ୱର ମଧ୍ୟରେ ୧୦୧ ପ୍ରତିଶତ ବର୍ଷା ହେବା ଆକଲନ କରାଯାଇଛି ।

ସେହିପରି ଉତ୍ତର-ପଶ୍ଚିମାଞ୍ଚଳରେ ମଧ୍ୟ ସ୍ୱାଭାବିକ ରହିବ ବର୍ଷା ।  ତେବେ ଉତ୍ତର ପୂର୍ବାଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବା ଆକଳନ କରାଯାଇଛି । କେନ୍ଦ୍ରୀୟ ଭାରତରେ ସ୍ୱାଭାବିକଠାରୁ ଅଧିକ(୧୦୬ % )  ବର୍ଷା ସମ୍ଭାବନା ରହିଛି । ଆସନ୍ତା ୩ ତାରିଖରେ କେରଳ ଛୁଇଁପାରେ ମୌସୁମୀ । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ।

କିନ୍ତୁ ଏବେ ଦଷିଣ ପଶ୍ଚିମ ମୌସୁମୀ ଶ୍ରୀଲଙ୍କାରେ ପହଞ୍ଚି ଯାଇଛି । କେରଳ ଛୁଇଁବାରେ ୧୦ ରୁ ୧୨ ଦିନ ପରେ ଓଡିଶା ଛୁଇଁଥାଏ ମୌସୁମୀ । ତେବେ ଓଡିଶାକୁ କେବେ ଛୁଇଁବ, ୫ ଦିନ ପୂର୍ବରୁ ଜଣାଯିବ ବୋଲି କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ।

Leave A Reply

Your email address will not be published.

ବ୍ରେକିଂ