ଓଡିଶାରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି ।  ଦକ୍ଷିଣ-ପଶ୍ଚିମ ମୌସୁମୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ସୋନପୁର ଓ ନୂଆପଡ଼ା ଜିଲ୍ଲାରୁ ମୌସୁମୀ ଫେରି ଯାଇଛି।

ଆଜି ସୁଦ୍ଧା ଅନୁଗୋଳ, ବୌଦ୍ଧର ଜିଲ୍ଲା ଅଧିକାଂଶ ଏବଂ ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ଫେରି ଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଜୁଲାଇ ୧୦ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ମୌସୁମୀ ଛୁଇଁଲା ଦିନ ଦକ୍ଷିଣ ଓଡ଼ିଶା ଏବଂ ବଲାଙ୍ଗିରରେ ଭଲ ବର୍ଷା ହୋଇଥିଲା।

Leave A Reply

Your email address will not be published.

ବ୍ରେକିଂ