କୋଭିଡ କାଳରେ ସଂସଦରେ ଗଠନମୂଳକ ଆଲୋଚନା ହେଉ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି । କୋଭିଡ କାଳରେ ସଂସଦରେ ଗଠନମୂଳକ ଆଲୋଚନା ହେଉ । ସମସ୍ତ ପ୍ରଶ୍ନ କରାଯାଉ ଓ ଉତ୍ତର ପାଇଁ ସୁଯୋଗ ଦିଆଯାଉ । କୋରୋନା ଟିକା ବାହୁରେ ପ୍ରୟୋଗ କରାଯାଏ, ଆପଣ ବାହୁବଳୀ ହୁଅନ୍ତି । ଏ ପର୍ଯ୍ୟନ୍ତ ୪୦ କୋଟିରୁ ଅଧିକ ଲୋକ ବାହୁବଳୀ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦେଶବାସୀଙ୍କୁ କରୋନା ଟିକା ନେବା ପାଇଁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ଆଶା କରୁଛି ଯେ, ଆପଣମାନେ ସମସ୍ତେ ଅତି କମ୍‌ରେ ଟିକାର ଗୋଟିଏ ଡୋଜ୍ ନେଇସାରିଥିବେ। ଗୃହର ସମସ୍ତ ସଦସ୍ୟ ଏବଂ ମୋର ସାଥୀଙ୍କୁ ମୁଁ ପ୍ରାର୍ଥନା କରୁଛି ଯେ, ସମସ୍ତେ କରୋନା କଟକଣା ମାନି ଚଳିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗୃହର ସମସ୍ତ ସଦସ୍ୟଙ୍କର ପ୍ରଶ୍ନ ପଚାରିବାର ଅଧିକାର ରହିଛି। ସେମାନେ ନିଶ୍ଚିତ ଭାବେ ସରକାରଙ୍କୁ କଠିନରୁ ଅତି କଠିନ ପ୍ରଶ୍ନ ପଚାରନ୍ତୁ। କିନ୍ତୁ ତା’ ସହିତ ଉତ୍ତର ପାଇବା ପାଇଁ ସରକାରଙ୍କୁ ସମୟ ମଧ୍ୟ ଦିଅନ୍ତୁ। ଆଉ ଏହି ପ୍ରକ୍ରିୟା ଅନୁଶାସିତ ଓ ଶୃଙ୍ଖଳିତ ଉପାୟରେ ସଂପନ୍ନ ହେବା ଉଚିତ୍‌।

Leave A Reply

Your email address will not be published.

ବ୍ରେକିଂ