ହାତୀ ଆକ୍ରମଣରେ ମା’ ଓ ପୁଅ ମୃତ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ପଞ୍ଚାୟତ ଅଖରାଦାଣ୍ଡ ଗାଁ ନିକଟରେ  ହାତୀ ଆକ୍ରମଣରେ ମା’ ଓ ପୁଅଙ୍କର ମୃତ୍ୟୁ ଘଟିଛି । ସେହିପରି ହାତୀ ଆକ୍ରମଣରେ ଗୁରୁତର ହୋଇଥିବା  ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ମହଦା ପଞ୍ଚାୟତ ଗଡାକୁନା ଗାଁର ପ୍ରଶାନ୍ତ ମୁଣ୍ଡାଙ୍କ ପରିବାର ନିକଟସ୍ଥ ଅଖରାଦାଣ୍ଡ ଗାଁକୁ ଇଟା ଗଢିବା ପାଇଁ ଯାଇଥିଲେ । ସେଠାରେ ସେ ତାଙ୍କ ସ୍ତ୍ରୀ ରିନା ମୁଣ୍ଡା ଓ ୧୦ ବର୍ଷର ପୁଅ ସାହିଦ ମୁଣ୍ଡାଙ୍କୁ ନେଇ ଅସ୍ଥାୟୀ କୁଡିଆ କରି ରହୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ସେଠାକୁ ଆସି ଅସ୍ଥାୟୀ କୁଡିଆକୁ ଭାଙ୍ଗିବା ସହ ମା’ ଓ ପୁଅଙ୍କୁ ଦଳି ଦେଇଥିଲା । ଏହାସହ ପ୍ରଶାନ୍ତଙ୍କୁ ମଧ୍ୟ କଚାଡି ଦେଇଥିଲା ।  ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମା’-ପୁଅଙ୍କର ମୃତ୍ୟୁ ହୋଇଛି ।

ବନବିଭାଗ ଓ କୁଚିଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି ।

Leave A Reply

Your email address will not be published.

ବ୍ରେକିଂ