ଜଳିଗଲା ଚଳନ୍ତା ସ୍କୁଟି

ନୟାଗଡ : ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ସ୍କୁଟି । ନୟାଗଡ ଜିଲ୍ଲା ଗଣିଆ-ଦଶପଲ୍ଲା ରାସ୍ତାରେ ଏଭଳି ଘଟଣା ଘଟିଛି । ତେବେ ସ୍କୁଟି ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ବୁଧବାର ସକାଳ ୧୦ଟା ବେଳେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ଭୁବନେଶ୍ୱର ଦାସ ଓ ତାଙ୍କ ପୁଅ ନାରାୟଣ ଏକ ସ୍କୁଟିରେ ଘରୁ ବାହାରିଥିଲେ । ପୁଅ ନାରାୟଣ ବାପାଙ୍କୁ ଆଡ଼କଟା ବଜାରରେ ଛାଡ଼ି ଗଣିଆ ଆସୁଥିଲେ। କିଛି ବାଟ ଆସିବା ପରେ ଗାଡ଼ି ସିଟ୍‌ଟି ତାଙ୍କୁ ଗରମ ଲାଗିଥିଲା। । ଏହା ସହ ସେ ଏକ ଶବ୍ଦ ମଧ୍ୟ ଶୁଣିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ଗାଡ଼ିଟିକୁ ରାସ୍ତା କଡ଼କୁ ନେଇ ଓହ୍ଲାଇ ପଡିଥିଲେ । ଏହାପରେ ଗାଡିରେ ହଠାତ ନିଆଁ ଲାଗିଯାଇଥିଲା ।

ସୂଚନା ପାଇ ଗଣିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବା ଯୋଗୁଁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି  । ସର୍ଟସର୍କିଟ ହୋଇ ଗାଡିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.

ବ୍ରେକିଂ