ଆତ୍ମହତ୍ୟା କଲେ ଅଭିନେତା ସନ୍ଦୀପ ନହର, ଭିଡିଓ ସେୟାର କରି କହିଲେ କାରଣ

ମୁମ୍ବାଇ : କେସରୀ ଏବଂ ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିବା ଅଭିନେତା ସନ୍ଦୀପ ନହର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସନ୍ଦୀପ ଫେସବୁକରେ ଏକ ଆତ୍ମହତ୍ୟା ନୋଟ୍ ସେୟାର କରି ନିଜର କିଛି ବ୍ୟକ୍ତିଗତ ଅସୁବିଧା ହେତୁ ଆତ୍ମହତ୍ୟା କରୁଥିବା ସୂଚନା ଦେଇଛନ୍ତି। ସେ ଫେସ୍‌ବୁକ୍‌ରେ ଏକ ଭିଡିଓ ସହ ସୁଇସାଇଟ୍‌ ନୋଟ୍‌ ସେୟାର କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ସ୍ତରରେ କିପରି ଯନ୍ତ୍ରଣା ଭୋଗୁଛନ୍ତି ସେ ବିଷୟରେ ଏକ ଭିଡିଓ ସେୟାର କରିଛନ୍ତି । ଅଭିନେତା ସନ୍ଦୀପ ଅକ୍ଷୟ କୁମାର ଏବଂ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ସହାୟକ ଭୂମିକାରେ ଅଭିନୟ କରିଥିଲେ ।

ଭିଡିଓ ସେୟାର କରି ନାହର ଲେଖିଛନ୍ତି – ମୁଁ ଆଉ ବଞ୍ଚିବାକୁ ଚାହୁଁନାହିଁ। ଜୀବନରେ ବହୁତ ଖୁସି ଏବଂ ଦୁଃଖ ଦେଖିଛି ।  ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ ହୋଇଥିଲି କିନ୍ତୁ ବର୍ତ୍ତମାନ ମୁଁ ଯେଉଁ ଆଘାତ ପାଇଛି ତାହା ସହନଶୀଳତା ବାହାରେ । ମୁଁ ଜାଣିଛି ଆତ୍ମହତ୍ୟା କରିବା ଭୀରୁତା ଅଟେ। ମୋତେ ବି ବଞ୍ଚିବାର ଥିଲା। କିନ୍ତୁ ଯେଉଁଠାରେ ଶାନ୍ତି ନାହିଁ ଏବଂ ଆତ୍ମ ସମ୍ମାନ ନାହିଁ ସେଠାରେ ରହିବାର ଫାଇଦା କ’ଣ? ”

ସନ୍ଦୀପ ନାହର ଏହି ପୋଷ୍ଟରେ ତାଙ୍କ ପତ୍ନୀ ଏବଂ ଶାଶୁଙ୍କ ବିଷୟରେ ଲେଖିଛନ୍ତି ଏବଂ ଉଭୟଙ୍କ ଯୋଗୁଁ ସେ କେତେ ଅସନ୍ତୋଷରେ ଥିଲା ତାହା ମଧ୍ୟ ପ୍ରକାଶ କରିଛନ୍ତି। ସନ୍ଦୀପ ଲେଖିଛନ୍ତି,  ମୋ ପତ୍ନୀ କାଞ୍ଚନ ଶର୍ମା ଓ ତାଙ୍କ ମାଆ ବିନୁ ଶର୍ମା, ଯିଏକି ମୋତେ ବୁଝିଲେ ନା ବୁଝିବାକୁ ଚେଷ୍ଟା କଲେ। ମୋ ପତ୍ନୀ ଖୁବ୍ ରାଗୀ ଓ ତାଙ୍କ ବ୍ୟକ୍ତିତ୍ବ ମୋଠାରୁ ଅଲଗା। ପ୍ରତିଦିନ କଳି, ସକାଳ-ସଂଧ୍ୟା ସବୁବେଳେ କଳି। ଯାହାକି ମୋର ସହିବା ବାହାରେ। ଏଥିରେ କାଞ୍ଚନର କିଛି ଦୋଷ ନାହିଁ। ତାଙ୍କ ପ୍ରକୃତି ଏମିତି, ତ ତାଙ୍କୁ ସବୁକିଛି ସାଧାରଣ ଲାଗୁଛି। ମୋତେ କିନ୍ତୁ ସାଧାରଣ ଲାଗୁନି। ମୁମ୍ବାଇରେ ‌ଅନେକ ବର୍ଷ ହେବ ଅଛି। ବହୁ ଅସୁବିଧା ଦେଖିଛି। ମାତ୍ର କେବେ ଭାଙ୍ଗି ଯାଇନଥିଲି।’

ଭିଡିଓରେ ସେ ତାଙ୍କ ପତ୍ନୀ କାଞ୍ଚନ ଶର୍ମାଙ୍କ ସହ ତାଙ୍କର ଉତ୍ତମ ସଂପର୍କ ନଥିବା କହିଛନ୍ତି । ଏହି କାରଣରୁ ସେ ସର୍ବଦା ଦୁଃଖୀ ରହୁଥିଲେ। ସନ୍ଦୀପ ମୁମ୍ବାଇସ୍ଥିତ ଓସିୱାରାରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

ବ୍ରେକିଂ