ଭଦ୍ରକ: ହତ୍ୟା ଉଦ୍ୟମ ମାମଲାରେ ଦୁଇ ଭାଇଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ: ଦୁଇ ଭାଇଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ । ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଭଦ୍ରକର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଯୁକ୍ତ ଗବସାହି ହାଉସିଂ ବୋର୍ଡ କଲୋନୀର ହରେକୃଷ୍ଣ ସେଠିଙ୍କ ୨ ପୁଅ ସନ୍ତୋସ ସେଠି ଓ ମାନସ ସେଠିଙ୍କୁ ୩୦୭ ଦଫାରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ପୁଣି ୧ ବର୍ଷ କାରାଦଣ୍ଡ ଭୋଗିବା ପାଇଁ ମାନ୍ୟବର କୋର୍ଟ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି ।

ଘଟଣାରୁ ପ୍ରକାଶ ଯେ ଭଦ୍ରକ ସହର ଗବସାହି ହାଉସିଂ ବୋର୍ଡରେ ରହୁଥିବା ଉମାକାନ୍ତ ପଣ୍ଡାଙ୍କ ସହ ଗତ ୨୦୧୪ ମସିହା ଅଗଷ୍ଟ ୧୨ ତାରିଖ ସଂଧ୍ୟାରେ ତାଙ୍କର ପଡୋଶୀ ସନ୍ତୋଶ ଓ ମାନସ ସହ ବ୍ୟକ୍ତିଗତ କାରଣ ନେଇ ବଚସା ହୋଇଥିଲା । ସେହି କାରଣ ପାଇଁ ସେହି ଦିନ ରାତି ୧୧ଟା ବେଳେ ଉମାକାନ୍ତକୁ ଫୋନ ଯୋଗେ ସେ ୨ ଭାଇ  ଡକାଇ ଥିଲେ ।

ଉମାକାନ୍ତ ଫୋନ ପାଇ ସେମାନଙ୍କ ପାଖରେ ପହଞ୍ଚିବା ପରେ ସେ ୨ ଭାଇ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ମରିଗଲା ଭାବି ରାସ୍ତା କଡରେ ଫୋପାଡି ଦେଇ ପଳାଇଥିଲେ । ପେଟ୍ରୋଲିଂ କରୁଥିବା ପୋଲିସ ଉମାକାନ୍ତ ରାସ୍ତା କଡରେ ପଡିଥିବା  ଦେଖି ତାଙ୍କ ପତ୍ନୀ ସୁଶ୍ରି ସଂଗିତା ପଣ୍ଡାଙ୍କୁ ଖବର ଦେବା ପରେ ସେ ଘଟଣା ସ୍ଥଳରେ ପହଞ୍ଚି ନିଜର ସ୍ବାମିକୁ ତୁରନ୍ତ ଭଦ୍ରକ ମେଡିକାଲ ଓ ପରେ ଅଶ୍ବିନି ହସପିଟାଲ କଟକ ନେଇ ଚିକିତ୍ସା କରିଥିଲେ ।

ଉମାକାନ୍ତ ଦୀର୍ଘ ୨୦ ଦିନରୁ ଅଧିକ  ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଘଟଣାର ଦୁଇ ଦିନପରେ ସୁଶ୍ରିସଂଗିତାଙ୍କ ଏତଲା କ୍ରମେ ଅଜଣା ବ୍ୟକ୍ତିଙ୍କ ନାମରେ  ସହରାଞ୍ଚଳ ପୋଲିସ କେସ ନଂ-୨୭୩/୧୪ ଦଫା ୩୦୭,୩୪ରେ ଏକମାମଲା ରୁଜୁ କରିଥିଲେ ବି ପରେ ଉମାକାନ୍ତର ବୟାନ ଭିତ୍ତିରେ ସନ୍ତୋସ ଓ ମାନସକୁ ଗିରଫ କରି କୋର୍ଟ ଚାଲାଣ କରି ଥିଲା ।

ଏହି ମାମଲାଟି ଏସ୍.ଟି.ନଂ -୬୮/୨୦୦/୨୦୧୪ ରେ ବିଚାର ଥାଇ ଏହି ରାୟ ପ୍ରକାଶ ପାଇଛି । ସରକାରଙ୍କ ତରଫରୁ ଭଦ୍ରକର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ ।

 

Leave A Reply

Your email address will not be published.

ବ୍ରେକିଂ