ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ୭ ଗିରଫ

ସଇଁତଲା: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ଏଥିରେ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ସଇଁତଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜେଶ ବଗର୍ତି ତାଙ୍କ ମାଆ କିଆଁ ବଗର୍ତି , ବୈଷ୍ଣବ ବଗର୍ତି, ତହସିଲ ବଗର୍ତି , ନବ ବଗର୍ତି, ହୃଷିକେଶ  ବଗର୍ତିଙ୍କ ସହିତ ତାନ୍ତ୍ରିକ ବାବା ଲକ୍ଷପତି ସାହୁଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ପ୍ରକାଶ ଯେ, ଗତ ୧୯ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ବରାହମାଲ ଗ୍ରାମରେ  ଗୁଣିଗାରେଡି ସନ୍ଦେହରେ ନିତ୍ୟା ଭୋଇ ନାମକ ଜଣେ ବୃଦ୍ଧଙ୍କୁ ହତ୍ୟା କରି ଲେମ୍ବୁ ଗଛରେ ଝୁଲେଇ ଦେଇଥିଲେ । ଏନେଇ ସଇଁତଲା ଥାନାରେ ନିତ୍ୟାର ପୁଅ ସୁନାଧର ଭୋଇ ଲିଖିତ ଏତଲା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୃଦ୍ଧଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ଏତଲାକୁ ଆଧାର କରି ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲେ । ଫଳରେ ୭ ଜଣଙ୍କୁ ଗିରଫ କରି ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ହେଲେ ଜାମିନ ନା ମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତ କୁ ପଠାଇ ଦିଆଯାଇଛି ।

 

Leave A Reply

Your email address will not be published.

ବ୍ରେକିଂ