ବଲିଉଡ ଗାୟକ ବପ୍ପି ଲହରି କରୋନା ସଂକ୍ରମିତ

ମୁମ୍ବାଇ : ବଲିଉଡର କିମ୍ବଦନ୍ତୀ ଗାୟକ ବପ୍ପି ଲହରି କରୋନାରେ ସଂକ୍ରମିତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବପ୍ପି ଲହରିଙ୍କ ମୁଖପାତ୍ର ଏ ନେଇ ସୂଚନା ଦେଇଛନ୍ତି।

ବପ୍ପି ଦା’ଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ବୟସକୁ ଧ୍ୟାନରେ ରଖି ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି ।  ଏଥିସହିତ ସେ ବପ୍ପି ଲହରିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ନିଜର କୋଭିଡ୍ ଟେଷ୍ଟ କରେଇବାକୁ ପରାମର୍ଶ୍ୟ ଦେଇଛନ୍ତି।

ସେପଟେ ବଲିଉଡର ଅନେକ ସେଲେବ୍ରିଟି ଓ ପ୍ରଶଂସକମାନେ ବପ୍ପି ଲହରିଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.

ବ୍ରେକିଂ