ଝାରସୁଗୁଡ଼ାରୁ ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର

ଝାରସୁଗୁଡ଼ା: ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର । ଝାରସୁଗୁଡ଼ା ସହର ଉପକଣ୍ଠ ବେହେରାମାଲ ସ୍ଥିତ ମୁଡିମିଲ ଗଳିରୁ ଉଦ୍ଧାର କରିଛି ପୋଲିସ ।  ମୃତ ଯୁବକ ଜଣଙ୍କ ସ୍ଥାନୀୟ ପୁରୁଣା ବସ୍ତି ଅଞ୍ଚଳର ବିପିନ ସାହା ବୋଲି ଜଣାପଡିଛି ।

ପୋଲିସ ତାଙ୍କ ନିକଟରୁ  ୭୪ ହଜାର ଟଙ୍କା, ମନିପର୍ସ ଏଟିଏମ୍‌, ଡ୍ରାଇଭିଂ ଲାଇସେନ୍ସ ଓ ମୋବାଇଲ ଆଦି ଜବତ କରିଛି । ଏନେଇ ପୋଲିସ ଝାରସୁଗୁଡ଼ା ସଦର ଥାନା କେଶ ନମ୍ବର ୧୨୮/୨୧ ରେ ଏକ ହତ୍ୟା ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରି ଫେରିଥିଲେ ମଧ୍ୟ ହତ୍ୟାକାଣ୍ଡ ର କୌଣସି ସୁରାକ ମିଳିନାହିଁ।

ମୃତ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରରେ ହଣା ଯାଇଥିବା କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ହତ୍ୟାକରି ଫେରାର ହୋଇଯାଇଛନ୍ତି ।  ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ଏସ୍‌ପି କହିଛନ୍ତି । ପ୍ରାତଃ ଭ୍ରମଣରେ ଯାଇଥିବା ଲୋକ ମାନେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ