‘ନାଗିନ ୩’ ଫେମ ପର୍ଲ ଭି ପୁରୀ ଗିରଫ

ମୁମ୍ବାଇ: ‘ ନାଗିନ ୩’ ଫେମ ତଥା ଲୋକପ୍ରିୟ ଟିଭି ଅଭିନେତା ପର୍ଲ ଭି ପୁରୀଙ୍କୁ ଗିରଫ କରାଯାଇଛି।  ବଳାତ୍କାର ଓ ନିର୍ଯାତନା ଅଭିଯୋଗରେ ଅଭିନେତାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି।

ଖବର ଅନୁଯାୟୀ,  ଜଣେ ମହିଳା ଅଭିନେତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରିଛନ୍ତି। ମହିଳା ଏବଂ ତାଙ୍କ ପରିବାର ପୁରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ବର୍ତ୍ତମାନ ଏହି ଅଭିନେତା ପୋଲିସ ହେପାଜତରେ ଅଛନ୍ତି।

ଅଭିନେତା ପର୍ଲ ଭି ପୁରୀ ନାଗିନ ୩ ବ୍ୟତୀତ ଖୁବସୁରତ, ଫିର ଭି ନା ମାନେ ବତମିଜ ଦିଲ, ମେରୀ ସାସୁ ମା, ନାଗାର୍ଜୁନ ଏକ ୟୋଦ୍ଧାୃ, ବେପହ୍ନା ପ୍ୟାର ଏବଂ ବ୍ରହ୍ମରାକ୍ଷକ ୨ ରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ।  ଏହା ବ୍ୟତୀତ ସେ କିଚେନ୍ ଚାମ୍ପିଅନ୍ ୫ ଏବଂ ଖତରା ଖତରା ଖତରା ଭଳି ରିଆଲିଟି ଶୋ’ ରେ ମଧ୍ୟ ନଜର ଆସିଥିଲେ ।

Leave A Reply

Your email address will not be published.

ବ୍ରେକିଂ