ନବରଙ୍ଗପୁରରେ ପୋଲ ଭୁସୁଡିବା ଘଟଣା: ଗିରଫ ହେଲେ ସହକାରୀ ଯନ୍ତ୍ରୀ

ନବରଙ୍ଗପୁର: ପୋଲ ଭୁସୁଡିବା ଘଟଣାରେ ଗିରଫ ହେଲେ ସହକାରୀ ଯନ୍ତ୍ରୀ । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୋଲ ଭୁସୁଡିବା ଘଟଣାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ରଙ୍କୁ ଉମରକୋଟ ପୋଲିସ ଗିରଫ କରିଛି । ଏନେଇ ଏସଡିପିଓ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ପୋଲ ଭୁସିଡିବା ପରେ  ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଉନ୍ନୟନ କମିଶନର କହିଥିଲେ । ସମ୍ପୃକ୍ତ ଠିକାଦାର ଓ ଅଧିକାରୀଙ୍କ ନାଁରେ ମାମଲା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଘଟଣାରେ  ଠିକାଦାର ଆଶିଷ କୁମାର ବିଶ୍ବାଳ, କନିଷ୍ଠ ଯନ୍ତ୍ରୀ ନିରଂଜନ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅସିତ ପାତ୍ରଙ୍କ ନାମରେ ଉମରକୋଟ ଥାନାରେ ଏତଲା ଦିଆଯାଇଥିଲା ।

ସୂଚନା ଥାଉକି, ଗତ ଜାନୁଆରୀ ୧୦ରେ ନବରଙ୍ଗପୁର ଜିଲ୍ଲା  ଉମରକୋଟ ତାଲାପଦର ନିକଟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ଚାଲିଥିବାବେଲେ ଅଘଟଣ ଘଟିଥିଲା।  ଶ୍ରମିକମାନେ କାମ ସାରି ଫେରୁଥିବା ବେଳେ ହଠାତ୍ ପୋଲ ଭୁସୁଡି ତାଙ୍କ ଉପରେ ପଡିଯାଇଥିଲା । ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ  ୬ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.

ବ୍ରେକିଂ