ନୂଆବର୍ଷରେ ନନ୍ଦନକାନନରେ୧୩ ହଜାର ଟପିଲା ପର୍ଯ୍ୟଟକଙ୍କ ସଂଖ୍ୟା

ବାରଙ୍ଗ: ନୂଆବର୍ଷରେ ନନ୍ଦନକାନନରେ୧୩ ହଜାର ଟପିଲା ପର୍ଯ୍ୟଟକଙ୍କ ସଂଖ୍ୟା ।  କୋଭିଡ କଟକଣା କୋହଳ ପରେ ନୂଆ ବର୍ଷରେ ସର୍ବାଧିକ ପର୍ଯ୍ୟଟକଙ୍କ ନନ୍ଦନକାନନ ଆଗମନ ହୋଇଥିବା ସୂଚନା ଦେଇଛନ୍ତି ଉପନିର୍ଦ୍ଦେଶକ। ଆଜି ମୋଟ ୧୨,୪୩୯ ଜଣ ପର୍ଯ୍ୟଟକ ନନ୍ଦନକାନନର ଚିଡ଼ିଆଖାନା ଏବଂ ୧୨୨୯ ଜଣ ପର୍ଯ୍ୟଟକ ଉଦ୍ଭିଦ ଉଦ୍ୟାନ ବୁଲି ଦେଖିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ୪୧୫ ଜଣ ପର୍ଯ୍ୟଟକ ଅନଲାଇନ୍ ମାଧ୍ୟମରେ ଟିକେଟ କରିଥିବା ଜଣାପଡିଛି।

ଶୀତୁଆ ପାଗରେ ବନ୍ୟଜନ୍ତୁଙ୍କ ଗହଣରେ ମଉଜ ମସ୍ତି କରିବା ସହ ପର୍ଯ୍ୟଟକଙ୍କ ଗହଣରେ ୪ ହାତୀ ମୁଖ୍ୟ ଆକର୍ଷଣ ସାଜିଛନ୍ତି। ଛୁଆ ହାତୀ ମାମା (ପ୍ରାୟ ୬ ବର୍ଷ) ତାର ଦୈନିକ ରୋଟିନ୍ ଅନୁଯାୟୀ ନନ୍ଦନକାନନରେ ବୁଲୁଥିବା ପର୍ଯ୍ୟଟକ ଦେଖୁଥିଲେ। ତେବେ ଦୀର୍ଘ ବର୍ଷ ପରେ ଏବେ ଅନ୍ୟ ତିନି ପ୍ରଶିକ୍ଷିତ ମାଇ ହାତୀ ପ୍ରେମା, ହୀରା ଏବଂ ବାସନ୍ତୀ ପର୍ଯ୍ୟଟକଙ୍କ ଗହଣରେ ବୁଲି ପ୍ରାଣୀ ଉଦ୍ୟାନର ଶୋଭା ବଢାଉଛନ୍ତି।

ପର୍ଯ୍ୟଟକଙ୍କ ନିବେଦନରେ ସାଥି ମାହୁନ୍ତ ମାନେ ଆଶୀର୍ବାଦ ଦେବା , ସଲାମ୍ କରିବା ଭଳି ହାତୀ ମାନଙ୍କୁ ଇଶରା କରାଇ ଛୋଟ ଠାରୁ ବଡ଼ ସମସ୍ତଙ୍କୁ ଅନ୍ୟତମ ଆନନ୍ଦ ଯୋଗାଇ ପାରୁଛନ୍ତି।

ନୂଆ ବର୍ଷ ଦିନଟି ଶୁକ୍ରବାର ପଡ଼ିଥିବାରୁ ବେଶ ଆନନ୍ଦ ଉଲ୍ଲାସର ସହିତ ସ୍ଵାଗତ କରିଛନ୍ତି ବନ୍ୟଜନ୍ତୁ ପ୍ରେମୀ ।

Leave A Reply

Your email address will not be published.

ବ୍ରେକିଂ