ନଡିଆ -ଓଉ ଖଟା

ସାମଗ୍ରୀ
ଓଉ ୧ଟା କଟା, ନଡିଆ କୋରା ଫାଳେ, ଗୁଡ ୧୫୦ ଗ୍ରାମ, ଚିନି – ୧୦୦ ଗ୍ରାମ, ଜିରା ଲଙ୍କା ଗୁଣ୍ଡ, ଗୋଟା ଜିରା ଅଳ୍ପ, ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ଅଦା ଛୋଟ ଖଣ୍ଡେ ଛେଚା , ଭୃଶଙ୍ଗ ପତ୍ର, ରିଫାଇନ ତେଲ, ଲୁଣ, ହଳଦୀଗୁଣ୍ଡ, ଧନିଆ ପତ୍ର କଟା, ଓ ୨ଟା ଟମାଟୋ, ତେଜ ପତ୍ର ୨ଟା।

ପ୍ରସ୍ତୁତି ପ୍ରଣାଳୀ
ଓଉକୁ କାଟି ଏହାକୁ ଧୋଇ ଶିଳରେ ଦର ଛେଚା କରି ଦିଅନ୍ତୁ। ଏହାକୁ କଡେଇରେ ନେଇ ପାଣି , ଲୁଣ, ହଳଦୀ ପକାଇ ସିଝାନ୍ତୁ୤ ସିଝିଯିବା ପରେ ଓଉକୁ ପାଣିରୁ ବାହାର କରି ଅଲଗା ରଖନ୍ତୁ। ଏବେ ଅନ୍ୟ ଏକ କଡାଇ ଗ୍ୟାସ ଉପରେ ବସାଇ ଗରମ କରନ୍ତୁ, ଏଥିରେ ରିଫାଇନ ତେଲ ଦେଇ ଗରମ କରି ଜିରା, ତେଜପତ୍ର, ଶୁଖିଲା ଲଙ୍କା ଫୁଟାନ୍ତୁ। ଭୃଶଙ୍ଗ ପତ୍ର ପକାଇ, ଛେଚା ଅଦା ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ।  ପରେ ଏଥିରେ ୨ଟା ଟମାଟୋ କଟା ପକାନ୍ତୁ। ଏଥିରେ ଲୁଣ, ହଳଦୀ ପକାନ୍ତୁ ଟମାଟୋ ନରମି ଯିବାପରେ ଓଉ ସିଝା ପକାଇ କଷି ଦିଅନ୍ତୁ। ପରେ ଏଥିରେ ଚିନି ଓ ଗୁଡ ପକାଇ ଓଉରେ ମିକ୍ସ କରନ୍ତୁ। ଅଳ୍ପ ଫୁଟି ଆସିଲେ ସାମାନ୍ୟ ପାଣି ଦେଇ ଫୁଟାନ୍ତୁ ପରେ ନଡିଆ କୋରା ପକାଇ ଖଟାରେ ମିକ୍ସ କରନ୍ତୁ। ପରେ ଖଟାରେ ଧନିଆ ପତ୍ର ଓ ଜିରା ଲଙ୍କା ଗୁଣ୍ଡ ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଟି ସୁଆଦିଆ ନଡିଆ ଓଉ ଖଟା।

Leave A Reply

Your email address will not be published.

ବ୍ରେକିଂ