ନସିରୁଦ୍ଦିନ ଶାହଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା ନସିରୁଦ୍ଦିନ ଶାହଙ୍କୁ ସମ୍ମାନଜନକ ଆଦିତ୍ୟ ବିକ୍ରମ ବିର୍ଲା କଳାଶିଖର ପୁରସ୍କାର ପ୍ରଦାନ କରାଯାଇଛି । ସଂଗୀତ କଳାକେନ୍ଦ୍ର ପୁରସ୍କାର ଭର୍ଚୁଆଲ ଉତ୍ସବରେ ସଂଗୀତ କଳାକେନ୍ଦ୍ରର ସଭାପତି ଶ୍ରୀମତୀ ରାଜଶ୍ରୀ ବିର୍ଲା ଏହି ପୁରସ୍କାର ପାଇଁ ନସିରୁଦ୍ଦିନଙ୍କ ନାମ ଘୋଷଣା କରିଥିଲେ । ଏହି ଭର୍ଚୁଆଲ ଉତ୍ସବରେ ବିଶିଷ୍ଟ ଉଦ୍ୟୋଗପତି ଶ୍ରୀ କୁମାର ମଙ୍ଗଳମ୍‍ ବିର୍ଲା, ଶ୍ରୀମତୀ ନିରଜା ବିର୍ଲା ଏବଂ ଆଦିତ୍ୟ ବିର୍ଲା ପରିବାରର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ । ଉତ୍ସବରେ ଉଦ୍ବୋଧନ ଦେଇ ସଂଗୀତ କଳା କେନ୍ଦ୍ରର ସଭାପତି ଶ୍ରୀମତୀ ରାଜଶ୍ରୀ ବିର୍ଲା, “ଆମର ପ୍ରତିଷ୍ଠାତା ସଭାପତି ଶ୍ରୀ ଆଦିତ୍ୟ ବିକ୍ରମ ବିର୍ଲାଙ୍କର ଉତ୍ସାହ ଏବଂ ପ୍ରଦର୍ଶନ କଳା ପ୍ରତି ତାଙ୍କର ରହିଥିବା ଭଲପାଇବାକୁ ନେଇ ଆଜି ଆମେ ଗର୍ବିତ ବୋଲି କହିଥିଲେ ।

ସେମାନେ ସ୍ୱୀକାର କରନ୍ତି ଯେ ‘ଆଦିତ୍ୟ ବିକ୍ରମ ବିର୍ଲା କଳା କିରଣ ପୁରସ୍କାର ପାଇବା ଏକ ସ୍ୱପ୍ନ ସାକାର ହେବା ଭଳି । ଏହା ଆମକୁ ଆନନ୍ଦ ଓ ଗର୍ବ ଆଣିଦେଉଛି । ବର୍ଷ ବର୍ଷ ଧରି ଦକ୍ଷ ବିଚାରକମଣ୍ଡଳୀଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରୁଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ । ମୂଲ୍ୟାୟନ ପ୍ରକ୍ରିୟାରେ ସେମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ । ସେମାନେ ଅତ୍ୟନ୍ତ ସଚ୍ଚୋଟତା ଏବଂ ବିଦ୍ୱତାର ସହିତ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି । ଚଳିତ ବର୍ଷ ଆମର ସମ୍ମାନାସ୍ପଦ ବିଚାରକମଣ୍ଡଳୀରେ ନାଦିରା ବବ୍ବୟର, ସଞ୍ଜନା କପୁର, ଆକାଶ ଖୁରାନା, ସୁନିଲ ଶାନବାଗ୍‍ ଏବଂ ଛାୟା ଗାଙ୍ଗୁଲି ରହିଥିଲେ । “ବିଚାରକମଣ୍ଡଳୀ ଏବଂ ସଂଗୀତ କଳାକେନ୍ଦ୍ରର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ ସେ ନିଜର ବକ୍ତବ୍ୟ ଶେଷ କରିଥିଲେ । ଏହି ଅବସରରେ ଶାନ୍‍ ଏବଂ ନୀତି ମୋହନ ସେମାନଙ୍କର ସଂଗୀତ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ