ନଟରାଜନଙ୍କୁ ଭବ୍ୟ ସ୍ୱାଗତ: ରଥରେ ବସେଇ ପାଛୋଟି ନେଲେ ଗାଁ ଲୋକେ

ସାଲେମ୍: ୟର୍କର କିଙ୍ଗଙ୍କୁ ଭବ୍ୟ ସ୍ୱାଗତ । ଆଇପିଏଲରେ ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ ଦଳରେ ସ୍ଥାନ ପାଇ ଅଷ୍ଟ୍ରେଲିଆ ଗସ୍ତରେ ଦମଦାର ପ୍ରଦର୍ଶନ କରିଥିବା ଟି ନଟରାଜନ ସ୍ୱଦେଶ ଫେରିଛନ୍ତି । ସେ ତାମିଲନାଡୁର ନିଜ ଗାଁ ଚିନ୍ନାପମ୍ପତୀରେ ପହଞ୍ଚିବା ପରେ ଗାଁ ଲେକେ ଉତ୍ସୁକତାର ସହ ତାଙ୍କୁ ରଥରେ ବସେଇ ପାଛୋଟି ନେଇଛନ୍ତି ।

ଏହାର ଏକ ଭିଡିଓ କିମ୍ବଦନ୍ତୀ କ୍ରିକେଟର ବୀରେନ୍ଦ୍ର ସେୱାଗ ନିଜ ଟୁଇଟର ଏକାଉଣ୍ଟରେ ଶେୟାର କରିଛନ୍ତି । ଟିଇଟ କରି ସେ ଲେଖିଛନ୍ତି । ଏ ହେଉଛି ଭାରତ । ଏଠାରେ କ୍ରିକେଟ କେବଳ ଗୋଟିଏ ଖେଳ ନୁହେଁ , ଆହୁରି ଏନେକ କିଛି । ସେ ଏପରି ସ୍ୱାଗତକୁ ପ୍ରଶଂସା କରି ନଟରାଜନଙ୍କ କାହାଣୀକୁ ଅବିଶ୍ୱସନୀୟ ବୋଲି କହିଛନ୍ତି ।

ସୂଚନା ଥାଉକି, ଟି. ନଟରାଜନ ଇଣ୍ଡିଆନ ପ୍ରିମିୟର ଲିଗର  ୨୦୨୦ ସିଜିନରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ୧୬ଟି ମ୍ୟାଚ ଖେଳି ୧୬ ଟି ୱିକେଟ ଅକ୍ତିଆର କରିଥିଲେ । ୨୦୨୦ ସିଜିନରେ ସଫଳ ବୋଲିଙ୍ଗ କରି ହାଇଦ୍ରାବାଦକୁ ସେମି ଫାଇନାଲ ପର୍ଯ୍ୟନ୍ତ ନେବାରେ ମୁଖ୍ୟ ଭୂମିକା ନିଭେଇଥିଲେ । ତାଙ୍କ ବୋଲିଙ୍ଗର ସବୁଠାରୁ ବଡ ଅସ୍ତ୍ର ଥିଲା ୟର୍କର ଯେଉଁଥିପାଇଁ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନମାନେ ଖେଳିବା ପାଇଁ ବହୁ ସମସ୍ୟାରେ ପଡୁଥିଲେ ।

ତେବେ, ଆପିଏଲରେ ଦମଦାର ପ୍ରଦର୍ଶନ ପରେ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଚୟନ କରାଯାଇଥିଲା । ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୱାଣ୍ଡେ ସିରିଜର ଶେଷ ମ୍ୟାଚରେ ଖେଳିବାର ସୁଯୋଗ ପାଇଥିଲେ । ଯେଉଁ ମ୍ୟାଚରେ ସେ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ପରେ ଟି-ଟ୍ୱିଣ୍ଟି ସିରିଜରେ ସୁଯୋଗ ପାଇ ଭାରତକୁ ସିରିଜ ଜିତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସିରିଜର ୩ ଟି ମ୍ୟାଚ ଖେଳି ୮.୨ ହାରରେ ରନ ଦେଇ ୬ ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଶେଷରେ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚକୁ ଖେଳି ୩ ଟି ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ