ଆଜି ଜାତୀୟ ଡ଼ାକ୍ତର ଦିବସ

ଆଜି ଜାତୀୟ ଡ଼ାକ୍ତର ଦିବସ । ପ୍ରତି ବର୍ଷ ଜୁଲାଇ ୧ ତାରିଖରେ ଜାତୀୟ ଡ଼ାକ୍ତର ଦିବସ ପାଳନ କରାଯାଏ ।  ଏହି ବିଶେଷ ଦିନଟି ହେଉଛି ସମାଜରେ ଡାକ୍ତରଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମନେ ରଖିବାର ଦିନ ।  ଆମ ଦେଶରେ ଜଣେ ଡାକ୍ତରଙ୍କୁ ମନୁଷ୍ୟ ରୂପୀ ଇଶ୍ୱର ଭାବରେ ବିବେଚନା କରାଯାଏ। ଏହି ଦିନ ଦେଶର ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଯାଏ।

ଏହି ପ୍ରସିଦ୍ଧ ଚିକିତ୍ସାବିତ ତଥା ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାରତରତ୍ନ ଡ଼ା ବିଧାନ ଚନ୍ଦ୍ର ରାୟଙ୍କର ଉଭୟ ଜନ୍ମ ଓ ମୃତ୍ୟୁ ଦିବସ । ଡ଼ା ରାୟ ୧୮୮୨ ଜୁଲାଇ ୧ ତାରିଖରେ ଜନ୍ମଲାଭ କରିଥିଲେ ଏବଂ ୧୯୬୨ରେ ସେଇ ଏକା ଦିବସରେ ତାଙ୍କର ପରଲୋକ ହୋଇଥିଲା । ଭାରତୀୟ ସମାଜ ଓ ଲୋକଙ୍କ ପାଇଁ ତାଙ୍କ ତ୍ୟାଗ ଅତୁଳନୀୟ ଥିଲା । ତାଙ୍କ ସମ୍ମାନାର୍ଥ ତଥା ଚିକିତ୍ସକମାନଙ୍କ ତ୍ୟାଗ ସେବା ଓ ଚିକିତ୍ସାକୁ ଉଚିତ ସମ୍ମାନ ପ୍ରଦର୍ଶନ ନିମନ୍ତେ ୧୯୯୧ରେ ପ୍ରଥମେ ଜାତୀୟ ଡ଼ାକ୍ତର ଦିବସ ପାଳନ କରାଯାଇଥିଲା ।

କୋଭିଡ଼ ଭଳି ବିଶ୍ୱ ମହାମାରୀ ସମୟରେ ଡାକ୍ତରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଅନେକ ମୁଲ୍ୟବାନ ଜୀବନ ରକ୍ଷା ହୋଇପାରୁଛି । ଦେଶବାସୀଙ୍କୁ ଏଭଳି ବିପତିରୁ ରକ୍ଷା କରିବାକୁ ଯାଇ କରୋନାରେ ପ୍ରାଣ ହରାଇଛନ୍ତି ହଜାରରୁ ଅଧିକ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମି । ତେଣୁ ଡ଼ାକ୍ତର ଦିବସ ଅବସରରେ ଡ଼ାକ୍ତର ମାନଙ୍କର ସେବାମନୋଭାବ ପାଇଁ ସାରା ଦେଶରୁ ଶୁଭେଚ୍ଛାର ବାର୍ତା ପହଂଚୁଛି ।

Leave A Reply

Your email address will not be published.

ବ୍ରେକିଂ