କାଲିଠୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର:  ଆସନ୍ତାକାଲି ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଉଦଘାଟିତ ହେବ ବିଂଶତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା । ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଉଦ ଘାଟନ କରିବେ । ଏହି ଉଦଘାଟନୀ ଉତ୍ସବରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା,ବୟନଶିଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ ଯୋଗଦାନ କରିବେ । ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ ।

ଏହି ପ୍ରଦର୍ଶନୀରେ ଭାରତର ବିଭିନ୍ନ କୋଣ-ଅନୁକୋଣରେ ପ୍ରସ୍ତୁତ ସୂତା, ସିଲକ୍‌, ଟସର, ଏରି ଓ ବିଭିନ୍ନ

ଡିଜାଇନ୍ ର ଶାଢ଼ି, ଡ୍ରେସ୍‌, ଡ୍ରେସ୍ ମ୍ୟାଟେରିଆଲ୍‌, ପରଦା କପଡ଼ା, ଲୁଙ୍ଗି, ଧୋତି, ଟୋୱଲ୍‌, ଫର୍ନିସିଙ୍ଗ୍ କପଡ଼ା ଇତ୍ୟାଦି ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।

ଏହି ମେଳା ପ୍ରତ୍ୟହ ଦିନ ୧୧.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଚାଲିବ । ମେଳାରେ ଓଡ଼ିଶାର ପ୍ରତ୍ୟେକ ଷ୍ଟଲ୍ ରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଛି । ମେଳାରେ ମୋଟ ୧୧୭ଟି ଷ୍ଟଲର ଆୟୋଜନ ହୋଇଛି । ସେଥି ମଧ୍ୟରୁ ୮୫ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ପ୍ରମୁଖ ସଂସ୍ଥା ଯଥା ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ଉତ୍କଳିକା ଓ ସେରିଫେଡ୍ ତଥା ଅନ୍ୟାନ୍ୟ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତିମାନଙ୍କ ପାଇଁ ସଂରକ୍ଷିତ ରହିଛି । ଓଡ଼ିଶାକୁ ଛାଡ଼ି ଅନ୍ୟ ୧୬ଟି ରାଜ୍ୟର ହସ୍ତତନ୍ତ ସଂସ୍ଥା ଓ ସମିତିମାନେ ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.

ବ୍ରେକିଂ