ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରୁ ସୁନା ନେଇ ଫେରିବା ପରେ ସୁନାପୁଅ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏଥିସହ ପ୍ରମୋଦଙ୍କୁ ୬ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ହକି ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ପୁରସ୍କାର ରାଶି ସହ ଗ୍ରୁପ ଏ ସ୍ତରର ଚାକିରୀରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।

ଟୋକିଓ ପାରା ଅଲମ୍ପିକରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନ ଏକକରେ ସ୍ଵର୍ଣ୍ଣ ପଦକ ହାସଲ କରି ଆଜି ଦିଲ୍ଲୀରୁ ଫେରି ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କୁ ବିମାନବନ୍ଦରରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା  । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିଥିଲେ  । ଏଥି ସହିତ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ ଏବଂ ଉତ୍ସାହିତ କରିଥିଲେ  ।

Leave A Reply

Your email address will not be published.

ବ୍ରେକିଂ