ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ନୂଆ ଏକାଡେମିକ୍‌ ବ୍ଲକ୍‌, ପାଠାଗାର ଓ ହଷ୍ଟେଲ ବିଲ୍‌ଡିଂ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଗସ୍ତ କରିଛନ୍ତି । ଏହି ଗସ୍ତରେ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ନୂଆ ଏକାଡେମିକ୍‌ ବ୍ଲକ୍‌, ପାଠାଗାର ଓ ହଷ୍ଟେଲ ବିଲ୍‌ଡିଂକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶ୍ୱ ବିଦ୍ୟାଳୟ ପାଇଁ ନୂଆ ପ୍ରୋଜେକ୍ଟ ଘୋଷଣା କରିଛନ୍ତି ।  ୧୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ବିଶ୍ୱ ବିଦ୍ୟାଳୟର ପୁରୁଣା ଏକାଡେମିକ ବିଲ୍ଡିଙ୍ଗ, ହସ୍ଟେଲ ବିଲ୍ଡିଙ୍ଗ ଓ ଓପନ୍ ଏୟାର ସ୍ଟେଜ୍  ଆଦି ସବୁ ଭିତ୍ତିଭୂମି ଗୁଡିକୁ ନୂଆ ରୂପ ଦିଆଯିବ ବୋଲି ସେ କହିଛନ୍ତି । 

ଏହାସହ ବିଶ୍ୱ ବିଦ୍ୟାଳୟର ବିକାଶ ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା ପରେ ବିଶ୍ୱ ବିଦ୍ୟାଳୟକୁ ପ୍ରଥମ ଥର ପାଇଁ ପିଲାମାନଙ୍କୁ ଭେଟିଥିବାରୁ ସେ ଖୁସି ଅନୁଭବ କରିବା ସହ ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ