ଓଡିଶାକୁ ୯୫ ପ୍ରତିଶତ ଟିକା ଦିଆଯାଉ: ନବୀନ

ଭୁବନେଶ୍ୱର: ଓଡିଶାକୁ ଦିଆଯାଉ ୯୫ ପ୍ରତିଶତ ଟିକା । କରୋନା ସମ୍ପର୍କୀତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏହି ଅନୁରୋଧ କରିଛନ୍ତି । କେନ୍ଦ୍ର ରାଜ୍ୟମାନଙ୍କୁ ଟିକା ଦେବା କ୍ଷେତ୍ରରେ ଓଡିଶା ପାଇଁ ସରକାରୀ କୋଟାକୁ ୯୫ ପ୍ରତିଶତ  ଏବଂ ଘରୋଇ କୋଟାକୁ ୫ ପ୍ରତିଶତ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାଦ୍ୱାରା ଟିକାକରଣର ଗତି ବୃଦ୍ଧି ପାଇ ପାରିବ । ସେହିଭଳି ତୃତୀୟ ଲହରର ଆଶଙ୍କା ରହିଛି ଯାହାକି ଛୋଟ ପିଲାଙ୍କ ଉପରେ ସମ୍ଭାବ୍ୟ ପ୍ରଭାବ ପଡିପାରେ । ତେଣୁ ୧୨ରୁ ୧୮ ବର୍ଷ ବର୍ଗଙ୍କୁ ଟିକାକରଣ ତୁରନ୍ତ ଆରମ୍ଭ ପାଇଁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ଭାବ୍ୟ ତୃତୀୟ ଲହର ଓ ଆଗାମୀ ରଣନୀତି ନେଇ ଓଡିଶା ସମେତ ୬ ରଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏକଥା କହିଛନ୍ତି ନବୀନ ।  ଏହି ଭର୍ଚୁଆଲ ଆଲୋଚନାରେ ଓଡ଼ିଶା ,ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ସାମିଲ ଥିଲେ। ରାଜ୍ୟରେ କଣ ରହିଛି କୋଭିଡ୍ ସ୍ଥିତି, ଆଗାମ ଦିନରେ କିଭଳି ଏହାର ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା କରିଛନ୍ତି ମୋଦି ।

Leave A Reply

Your email address will not be published.

ବ୍ରେକିଂ