ମୁଖ୍ୟମନ୍ତ୍ରୀ ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିଲେ

ଭୁବନେଶ୍ଵର:  ଘରେ ବସି ଟେଲିଭିଜନ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦେଖି ହାତ ଯୋଡ଼ି ପ୍ରଣାମ ମଧ୍ୟ କରିଛନ୍ତି। ତାଙ୍କ ସାଙ୍ଗରେ ୫ଟି ସଚିବ ଭିକେ ପାଣ୍ଡିଆନ ବି ଉପସ୍ଥିତ ଥିଲେ ।

ପ୍ରତିବର୍ଷ ନବୀନ ରଥଯାତ୍ରାରେ ପୁରୀ ଯାଇ ସିଧାସଳଖ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି। ହେଲେ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ପୁରୀ ନଯାଇ ଘରେ ରହି ଟିଭି ପରଦାରେ ରଥଯାତ୍ରା ଦେଖୁଛନ୍ତି। ଏଥିସହ ସେ ଟୁଇଟ କରି ଲେଖିଛନ୍ତି, “ବଡ଼ଦାଣ୍ଡରେ ରଥଟଣାର ଅପୂର୍ବ ଦୃଶ୍ୟ ଅତ୍ୟନ୍ତ ଭାବ ଉଦ୍ରେକ। ପବିତ୍ର ରଥଯାତ୍ରାରେ ବଡ଼ଦାଣ୍ଡକୁ ଆସି ମହାପ୍ରଭୁ ସମସ୍ତଙ୍କ ମନୋବାଞ୍ଛା ପୂରଣ କରିଛନ୍ତି।”

Leave A Reply

Your email address will not be published.

ବ୍ରେକିଂ