ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ଧରଣର ନକ୍ସଲ ହମଲା

ରାୟପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ନକ୍ସଲମାନେ ବଡ ଧରଣର ଆକ୍ରମଣ କରିଛନ୍ତି । ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଲୁହାପଥର ଖଣିରେ ଏହି ଆକ୍ରମଣ ହୋଇଛି ।  ପ୍ରାୟ ହଜାରେରୁ ଅଧିକ ନକ୍ସଲ ଏହି ଆକ୍ରମଣରେ ସାମିଲ ଥିବା ସୂଚନା । ତେବେ ଖଣିର କିଛି କର୍ମଚାରୀଙ୍କୁ ନକ୍ସଲମାନେ କବ୍‌ଜାକୁ ନେଇଥିବା ସୂଚନା ମିଳିଛି । ସେପଟେ ଖଣିରେ ନିୟୋଜିତ ୫ଟି ଗାଡ଼ିକୁ ନକ୍ସଲମାନେ ପୋଡ଼ି ଦେଇଛନ୍ତି ।

ଆମଦାଇ ସ୍ଥିତ ଲୁହାପଥର ଖଣିରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ପ୍ରାୟ ୧୦୦ ଶ୍ରମିକ କାମ କରୁଥିଲେ। ଏହି ସମୟରେ ନକ୍ସଲମାନେ ସେଠାରେ ଆକ୍ରମଣ କରିଥିଲେ । ୧୫ରୁ୨୦ ଶ୍ରମିକଙ୍କୁ ନକ୍ସଲମାନେ ନିଜ କବ୍‌ଜାରେ ରଖିଥିବା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ନକ୍ସଲମାନେ ଖଣିରେ ନିୟୋଜିତ ୬ଟି ଗାଡ଼ି ମଧ୍ୟ ପୋଡ଼ି ଦେଇଛନ୍ତି। 

ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ଜାରି ରହିଛି। ଉଭୟ ପକ୍ଷରୁ ଗୁଳି ବିନିୟମ ଜାରି ରହିଛି । ଆମଦାଇ ସ୍ଥିତ ଏହି ଲୁହାପଥର ଖଣିକୁ ନକ୍ସଲମାନେ ବିରୋଧ କରି ଆସୁଥିଲେ। ସେଥିପାଇଁ ଏହି ଆକ୍ରମଣ କରିଥିବା କୁହାଯାଉଛି।

Leave A Reply

Your email address will not be published.

ବ୍ରେକିଂ