ମାଲକାନଗିରି: ନକ୍ସଲ କବ୍ଜାରେ ଥିବା ରାକେଶ୍ୱର ସିଂ ମନହାସ ସୁରକ୍ଷିତ। ରାଜେଶ୍ୱର ସୁସ୍ଥ ଥିବା ନେଇ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ଆଜି ଯବାନଙ୍କ ଫଟୋ ରିଲିଜ କରଯାଇଛଇ । ସେ ଆହତ ହୋଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି । ରାକେଶ୍ୱରଙ୍କର କିଛି କ୍ଷତି କରିବେ ନାହିଁ ବୋଲି ମାଓବାଦୀ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଫଟୋରେ ରାଜେଶ୍ୱର ଏକ ପଲିଥିନ ଉପରେ ବସିଥିବା ଦେଖିବାକୁ ମିଳିଛି। ସେ ସୁସ୍ଥ ଥିବା ଦେଖାଯାଉଛନ୍ତି। ଏହି ଫଟୋ ନକ୍ସଲ ପଠେଇବା ପରେ ପରିବାର ଲୋକେ ଟିକେ ଆଶ୍ୱସ୍ଥି ଲାଭ କରିଛନ୍ତି। ନିଜ ସ୍ୱାମୀଙ୍କ ଫଟୋ ଦେଖିବା ପରେ ପତ୍ନୀ ଆଶ୍ୱସ୍ତି ଲାଭ କରିଛନ୍ତି। ସରକାର ଏନେଇ ତୁରନ୍ତ ଦୃଢ ପଦକ୍ଷେପ ନେଇ ସ୍ୱାମୀଙ୍କୁ ସୁରକ୍ଷିତ ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଶନିବାର ଗୁଳିବିନିମୟ ହୋଇଥିଲା । ୨୨ ଜଣ ଯବାନ ଏହି ଆକ୍ରମଣରେ ସହିଦ ହୋଇଥିଲେ ଏବଂ ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ନିଖୋଜ ଯବାନଙ୍କୁ ନକ୍ସଲ ଅପହରଣ କରି ନେଇଥିବା ମାଓ ସଂଗଠନ ସ୍ପଷ୍ଟ କରିଥିଲା। ଯବାନଜଣକ ସୁରକ୍ଷିତ ଥିବା ନେଇ ମଙ୍ଗଳବାର ମାଓବାଦୀଙ୍କ ପକ୍ଷରୁ ପ୍ରେସରିଲିଜ ଜାରି ହୋଇଥିଲା। ମଧ୍ୟସ୍ଥିଙ୍କ ନାମ ସରକାର ଘୋଷଣା କରିବା ନେଇ ପ୍ରେସ ବିଜ୍ଞପ୍ତିରେ ଲାଲବାହିନୀଙ୍କ ପକ୍ଷରୁ କୁହାଯାଇଥିଲା। ସେପଟେ ଏନେଇ ସରକାର କୌଣସି ସ୍ପଷ୍ଟିକରଣ ଦେଇ ନାହାନ୍ତି।