ପରୀ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ସରୋଜର ନାର୍କୋ ଟେଷ୍ଟ ପାଇଁ କୋର୍ଟରେ ଏସଆଟିର ଆବେଦନ

ଭୁବନେଶ୍ୱର: ନୟାଗଡ ଯଦୁପୁରର କୁନିଝିଅ ପରୀ ହତ୍ୟା ମାମଲାରେ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ । ମାମଲାରେ ଅଧିକ ତଥ୍ୟ ପ୍ରମାଣ ପାଇଁ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠିର ନାର୍କୋ ଟେଷ୍ଟ ପାଇଁ ଆବେଦନ କରିଛି ଏସଆଇଟି । ନୟାଗଡର ପୋକ୍ସୋ କୋର୍ଟରେ ଏସଆଟି ଏହି ଆବେଦନ କରିଛି ।

ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ପରୀ ମୃତ୍ୟୁ ମାମଲାରେ ଏସଆଟି ତଦନ୍ତ କରି ସରୋଜ ସେଠିକୁ ଗିରଫ କରିଥିଲା । ମୁଖ୍ୟ ଅଭିଯୁକ୍ତ ସରୋଜ ପରୀକୁ ନିଜ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିବା ପରେ ତଣ୍ଟିଚିପି ହତ୍ୟା କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ସରୋଜକୁ ଗିରଫ କରିବା ପରେ ପ୍ରମାଣ ପାଇଁ ଏସଆଟି ପରୀକୁ ହତ୍ୟା  କରାଯାଇଥିବା ଗାଁ ପୋଖରୀକୁମଧ୍ୟ ଶୁଖାଇଥିଲା ।

ଗାଁ ପୋଖରୀରୁ  ପରୀର ଲେଗିନ୍ସ ଓ  ହତ୍ୟା ଘଟଣାରେ ବ୍ୟବହୃତ ଗାମୁଛା ଏସଆଟି ଉଦ୍ଦାର କରିଥିଲା । ଏହା ସହ ଏସଆଟି ସରୋଜର ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଇଥିଲା।  ତେବେ ଅଧିକ ପ୍ରମାଣ ସଂଗ୍ରହ କରିବା ପାଇଁ ଏସଆଇଟି ସରୋଜର ନାର୍କୋ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ କରିଛି।

Leave A Reply

Your email address will not be published.

ବ୍ରେକିଂ